୪୨ ତମ ବାର୍ଷିକ ଉତ୍ସବ ପାଳିତ

Dec 21, 2024 - 20:06
 0  55
୪୨ ତମ ବାର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି, ୨୦|୧୨ଲୋକ ଆବାଜ୍.ଇନ୍ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):

-ଶୁକ୍ରବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗାର ୪୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଶ୍ରୀ ଜୟ ନାରାୟଣ ବାବୁ କଳାହାଣ୍ଡି ବିଭାଗ ସଂଘ ଚାଳକ ଯୋଗ ଦେଇ ମାର୍ଗ ଦର୍ଶନ କରି ଥିଲେ ।

ପରିଚାଳନା ସମିତିର ସଭାପତି ଶ୍ରୀ ସିମାଞ୍ଚଲ ବୁଦ୍ଧିଆ ଉକ୍ତ ସଭାର ସଭାପତିତ୍ଵ କରିଥିଲେ । ଉପସଭାପତି ଶ୍ରୀ ଘାସିରାମ ମହଲା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରବୀଣ କୁମାର ବେହେରା ବାର୍ଷିକ ବିବରଣୀ ପଠନ କରି ଥିଲେ । କୋଷାଧ୍ୟକ୍ଷ ଶ୍ରୀ ସଂଜୀବ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବାର୍ଷିକ ମୁଖପତ୍ର ବଲ୍ଲରୀ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରା ଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇ ଥିବା ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ଶିଶୁ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶିତ ହୋଇ ଥିଲା । ନିହାରିକା ରଥ , ତନୁଜା ପାଣ୍ଡେ ,ସମୀର ସାହୁ , ଶିବମ ପଧାନ, ପଦ୍ମନାଭ ସାହୁ, ପ୍ରିୟାଂଶୁ ମାଝୀ ମଞ୍ଚ ପରିଚାଳନା କରି ଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା,ସେବକ ସେବିକା କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ। 

What's Your Reaction?

like

dislike

love

funny

angry

sad

wow