୫ବର୍ଷ ହେଲା ସ୍କୁଲ୍ ବାରଣ୍ଡା ରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ସରକାର କୋମଳମତି ଶିଶୁ ମାନଙ୍କ ବୌଦ୍ଧିକ ଜ୍ଞାନ , ଶାରୀରିକ ଗଠନ ଓ ପ୍ରାକ୍ ଶିକ୍ଷା ଗ୍ରହଣ କରିବା ପାଇଁ ବିଭିନ୍ନ ଗାଁ ଗୁଡିକରେ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ କରିଛନ୍ତି। ପ୍ରାକ୍ ଶିକ୍ଷା ସହ ପୁଷ୍ଟିକର ଖାଦ୍ୟ ଦେବାର ମଧ୍ୟ ବ୍ୟବସ୍ଥା କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ବରଗାଁ ଅଙ୍ଗୱାଡ଼ି କେନ୍ଦ୍ରରେ ସର୍ବ ମୋଟ ୩୯ଜଣ ଶିଶୁ ପ୍ରାକ୍ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ପାଇଁ ୩୧ବର୍ଷ ପୂର୍ବେ ଗ୍ରାମରେ ଏକ ଆଜବେଷ୍ଟ କୋଠା ନିର୍ମାଣ କରାଯାଇଥିଲା। ହେଲେ ଦୀର୍ଘ ବର୍ଷ ହୋଇଯାଇଥିବାରୁ ଅଜବେଷ୍ଟ୍ ଗୁଡ଼ିକ ଭାଙ୍ଗିଯିବା ସହ କାନ୍ଥରୁ ସିମେଣ୍ଟ ଅତଡ଼ା ଖସି ଆଁ କରିଛି। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ୫ବର୍ଷ ହେଲାଣି ଗ୍ରାମର ସ୍କୁଲ୍ ବାରଣ୍ଡାରେ ପିଲାଙ୍କ ପାଠ ପଢା ଚାଲିଛି। ନିଜସ୍ଵ କୋଠା ନ ଥିବାରୁ ପିଲାଙ୍କ ଖେଳଣl ସାମଗ୍ରୀ, ଓ ଅନ୍ୟାନ୍ୟ ସରକାରୀ କାଗଜ ପତ୍ର ରଖିବାରେ ଘୋର ଅସୁବିଧାର ସମ୍ଭୂଖିନ ହେଉଥିବା ଅଙ୍ଗୱାଡ଼ି କର୍ମୀ ଅମ୍ବିକା କମ୍ପ ଅଭିଯୋଗ କରିଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ନୂତନ କୋଠା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଓ ଅଭିଭାବକମାନେ ଦାବୀ କରିଛନ୍ତି। ଏସଂପର୍କରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପାଙ୍କଜିନି ମିଶ୍ର ଙ୍କୁ ପଚାରିବାରୁ ବିଡ଼ିଓ ଙ୍କୁ କହି ତୁରନ୍ତ ନୂତନ କୋଠା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରlଯିବ ବୋଲି କହିଛନ୍ତି।
What's Your Reaction?






