ଲର୍କା କ୍ଳଷ୍ଟରରେ ଶିଶୁ ମହୋତ୍ସବ ସୁରଭି

Dec 11, 2025 - 21:08
 0  59
ଲର୍କା କ୍ଳଷ୍ଟରରେ ଶିଶୁ ମହୋତ୍ସବ ସୁରଭି

ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ) ନୂଆପଡ଼ା ଜିଲ୍ଲା ବୋଡେନ ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟ ଲର୍କା ଠାରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସି ଆର୍ ସି ସି ଶୁଭେନ୍ଦୁ ଯୋଶୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସରପଂଚ ଜୟଶ୍ରୀ ପଟେଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବରେ ସ୍କୁଲ ପରିଚାଳନା କମିଟି ସଭାପତି ବୈଷ୍ଣବ ପଟ୍ଟନାୟକ ମଞ୍ଚାଷିନ ଥିଲେ । ଲର୍କା କ୍ଳଷ୍ଟର ସିଆରସିସି ଶୁଭେନ୍ଦୁ ଯୋଶୀଙ୍କ ତତ୍ତ୍ଵାବଧାନରେ ତଥା ଲର୍କା ଉଚ୍ଚ ବିଦ୍ୟାଳୟ ଇନଚାର୍ଜ ପ୍ରଧାନ ଶିକ୍ଷକ ଆଶିଷ କୁମାର ଜାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ରୂପେ ଓଷ୍ଟା ଜିଲ୍ଲା ସଭାପତି ବନବିହାରୀ ମେହେର, ପ୍ରଧାନ ଶିକ୍ଷକ ତ୍ରିଲୋଚନ ସିଂ ମାଝୀ,ପୂର୍ବତନ ସି ଆର୍ ସି ସି ସଂଯୋଗ କୁମାର ବାଗ,ପ୍ରଧାନ ଶିକ୍ଷକ ହରେକୃଷ୍ଣ ବେହେରା,ପ୍ରଧାନ ଶିକ୍ଷକ ଅଙ୍କନ ସିଂ ମାଝୀ,ସ୍ଵତନ୍ତ୍ର ପ୍ରତିନିଧି ସାମ୍ବାଦିକ ରାମନାଥ ପଣ୍ଡା ସମ୍ମାନୀତ ଅତିଥି ଭାବେ ମଞ୍ଚାଷିନ ଥିଲେ ।ବରିଷ୍ଠ ଶିକ୍ଷକ ଅଶୋକ କୁମାର ବାରିକ ଉଭୟ ଉଦଘାଟନୀ ଓ ଉଦଯାପନୀ କାର୍ଯ୍ୟକ୍ରମରେ ନିଜ ସୁନ୍ଦର୍ ଶବ୍ଦ ସଂଯୋଜନାରେ ମଞ୍ଚ ପରିଚାଳନା କରିଥିଲେ।ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପରେ ସାସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଶିକ୍ଷକ ଖିରସିନ୍ଧୁ ମେହେର ମଞ୍ଚ ପରିଚାଳନା କରିଥିବାବେଳେ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଶିକ୍ଷକ ବସନ୍ତ କୁମାର ମେହେର ସମ୍ଭାଳିଥିଲେ ।କ୍ଲଷ୍ଟରର ୧୫ ଟି ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀଙ୍କ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିଶୁ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ,ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ସି ଆର୍ ସି ସି ଶୁଭେନ୍ଦୁ କୁମାର ଯୋଶୀ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow