ଅଗାଧୁପୁର ଠାରେ ମାସିକ କ୍ଲସ୍ଟର ସ୍ତରୀୟ ବୈଠକ....

Sep 22, 2024 - 07:58
 0  43
ଅଗାଧୁପୁର ଠାରେ  ମାସିକ କ୍ଲସ୍ଟର ସ୍ତରୀୟ ବୈଠକ....

କର୍ଲାମୁଣ୍ଡା: ଲୋକ ଆବାଜ. ଇନ୍ (ନନ୍ଦି କିଶୋର ଭୋଇ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା କ୍ଲସ୍ଟର ଶିକ୍ଷୟତ୍ରୀ/ଶିକ୍ଷକ ମାନଙ୍କୁ ନେଇ ବୋରାପଦର ପଂଚାୟତ ଅଗାଧୁପୁର ପ୍ରାଥମିକ ବିଦ୍ୟାଳୟ ଠାରେ ମାସିକ କ୍ଲସ୍ଟର ସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସିଆରସିସି ପ୍ରସନ୍ନ କୁମାର ସାହୁ ଯୋଗ ଦେଇ ବିଦ୍ୟାଳୟ ପରିଦର୍ଶନ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ,ଶ୍ରେଣୀ ପରିଚାଳନା ସମୟ ସୁବିଧା ଅସୁବିଧା, ମାନ ନିର୍ଦ୍ଧାରଣ ଟ୍ରାକର ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ବୈଠକରେ ଆଠଟି ବିଦ୍ୟାଳୟ ର ଶିକ୍ଷୟିତ୍ରୀ, ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ।ଠିକ ସେହିପରି ବ୍ଲକ ର ରେଙ୍ଗାଲି କ୍ଲସ୍ଟର ଘଣ୍ଟୁପଡା ବିଦ୍ୟାଳୟ ଠାରେ, ଜୋରା ଡବରା କ୍ଲସ୍ଟର ର ଏକାତରା ବିଦ୍ୟାଳୟ ଠାରେ, ଗଜବାହାଲ କ୍ଲସ୍ଟର ଗୋଇନ୍ଦାମୁଣ୍ଡା ଠାରେ, ରେଗଡା କ୍ଲସ୍ଟର ଭୋଇପଡା ଠାରେ, ରିଷିଡା କ୍ଲସ୍ଟର ବାପୁଜି ସରକାରୀ ହାଇସ୍କୁଲ ଠାରେ, ପୌରକେଲା କ୍ଲସ୍ଟର ପୌରକେଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟଠାରେ, ତେରେସିଙ୍ଗା କ୍ଲସ୍ଟର ସ. ମାଲପଡା ବିଦ୍ୟାଳୟ ଠାରେ କ୍ଲସ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି।

What's Your Reaction?

like

dislike

love

funny

angry

sad

wow