ଅବ୍ୟବସ୍ଥା ଘେରରେ ସୁବର୍ଣ୍ଣଗିରୀ ଫାଇଭ୍ ଟି ସ୍ମାର୍ଟ ସ୍କୁଲ୍ l ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବୀ କଲେ ଗ୍ରାମବାସୀ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଅବ୍ୟବସ୍ଥା ଘେରରେ ସୁବର୍ଣ୍ଣଗିରୀ ଫାଇଭ ଟି ସ୍ମାର୍ଟ୍ ସ୍କୁଲ୍ ଦୀର୍ଘ ବର୍ଷ ହେବ ନାହାଁନ୍ତି ପ୍ରଧାନ ଶିକ୍ଷକ l ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବୀ କଲେ ଗ୍ରାମବାସୀ l କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ଅନ୍ତର୍ଗତ ସୁବର୍ଣ୍ଣଗିରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୂର୍ବ ସରକାର ଙ୍କ ଅମଳରେ ଲକ୍ଷ ଲକ୍ଷ ବ୍ୟୟ ଅଟକଳ ରେ ସ୍ମାର୍ଟ୍ ସ୍କୁଲ୍ ଭାବରେ ରୂପାନ୍ତରିତ କରାଯାଇ ଥିଲା କିନ୍ତୁ ବର୍ଷ କେଇଟା ଭିତରେ ସ୍ମାର୍ଟ୍ ସ୍କୁଲ୍ ର ହାଲ୍ ବେହାଲ ହୋଇଛି l ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବାରୁ ସ୍କୁଲ୍ ଛାତରେ ପାଣି ଗଳୁଛି l ସ୍କୁଲ୍ କୁ ଯିବାକୁ ହେଲେ କାଦୁଅ ପଚ ପଚ୍ ରାସ୍ତାରେ ଯିବାକୁ ପଡୁଛି l ଛାତ୍ରୀ ଙ୍କ ପାଇଁ ପାଇଖାନା ଆଦୌ ନଥିବାରୁ ଛାତ୍ରୀ ମାନଙ୍କୁ ଲଟା ବୁଦା କୁ ପରିଶ୍ରା ଯିବାକୁ ପଡୁଛି, ପାଇଖାନା ନିର୍ମାଣ କାର୍ଯ୍ୟ ଅଧlରେ ରଖି ଠିକାଦାର ଛୁ ମାରିଛି l ଏଠାରେ ଶହେ ସଂଖ୍ୟା ବିଶିଷ୍ଟ ଛାତ୍ର ନିବାସ ରହିଛି କିନ୍ତୁ ହଷ୍ଟେଲ ରେ ପାଣି ଓ ବିଜୁଳି ବ୍ୟବସ୍ଥା ନାହିଁ l ହଷ୍ଟେଲ ଅନ୍ତେବାସୀ ଶୌଚ ପାଇଁ ଚୁଆ ଓ ନାଳ କୁ ଯାଉଥିବା ଅଭିଯୋଗ ହେଉଛି l ଦୀର୍ଘ ବର୍ଷ ହେବ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି ତିନିଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଉଚ୍ଚ ପ୍ରାଥମିକ ଶିକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି l ବିନା ପ୍ରଧାନ ଶିକ୍ଷକ ରେ ସ୍କୁଲ୍ ଚାଲି ଥିବାରୁ ପାଠ ପଢା ରେ ବ୍ୟାହତ ସୃଷ୍ଟି ହେଉଥିବା କହିଛନ୍ତି ଅଭିଭାବକ ଓ ଗ୍ରାମବାସୀ l ଅନ୍ତେବାସୀ ଓ ସ୍କୁଲ ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ର ନୀରବତା ଅବଲମ୍ବନ କରିଛି l ସମସ୍ୟା ନେଇ ଗ୍ରାମବାସୀ କୋଟଗଡ଼ ବିଡ଼ିଓ, ବିଇଓ ଙ୍କୁ ଅବଗତ କରିଥିଲେ ସୁଦ୍ଧା କେହିବି ଶୁଣୁ ନାହାନ୍ତି l ତୁରନ୍ତ ସ୍କୁଲ ର ସମସ୍ୟା ର ସମାଧାନ ସହିତ ପ୍ରଧାନ ଶିକ୍ଷକ ପଦବୀ ଓ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଗ୍ରାମବାସୀ ଓ ଅଭିଭାବକ ମାନେ ଦାବୀ କରିଛନ୍ତି l
What's Your Reaction?






