ଅବସରପ୍ରାପ୍ତ ଶିକ୍ଷକ କୋଶଲେଶ୍ୱର ପଣ୍ଡାଙ୍କ ମୃତ୍ୟୁ

ନୂଆପଡ଼ା- ଲୋକ ଆବାଜ. ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ତରାପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କୁଶଲେଶ୍ୱର ପଣ୍ଡାଙ୍କ ଆଜି ସକାଳ ୭ ଘଣ୍ଟା ସମୟରେ ବୁର୍ଲା ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।ଅଞ୍ଚଳରେ ତଥା ସମାଜରେ ସେ ଭଲ ପରିଚିତ ହେବା ସହିତ ଉତ୍ତମ ବ୍ୟକ୍ତିତ୍ୱରପରିଚୟସୃଷ୍ଟିକରିଛନ୍ତି।ତାଙ୍କ ପାଖରେ ଥିଲା ଅନୁଶାସନ, ସ୍ନେହ, ମମତା, ଜାତୀୟ ଭାବନା, ସରଳତା,ସହନଶୀଳତା, ଉଦାରତା,ନ୍ୟାୟ ବିଚାର ।ଦଣ୍ଡ ଦେଇ ପାରିଲେ କ୍ଷମା ଦେବା ଶକ୍ତି ଥିବା ଦରକାର ,,, ଏହା ଥିଲା ତାଙ୍କ ଉତ୍ତମ ବିଚାର ।ସମୟକୁ ଖାପ ଖୁଆଇ ସେ ଶିକ୍ଷକତା କରିବା ସହ କାଠ ଖୋଦେଇ ବିଭିନ୍ନ ପ୍ରକାର କଣ୍ଢେଇ,ଘର ସରଞ୍ଜାମ,ଚଢ଼େଇ ଇତ୍ୟାଦି ନିଜେ ତିଆରି କରୁଥିଲେ ।ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କ ମନ କିଣି ନେଉଥିଲେ ।ତାଙ୍କରି ଆଦର୍ଶତା ଅନ୍ୟମାନଙ୍କୁ ଅନୁପ୍ରାଣିତ କରେ ।ବୁର୍ଲାରୁ ତାଙ୍କ ମର ଶରୀର ଖରୀଆର ପହଞ୍ଚିବା ପରେ ଖରୀଆର ଠାରେ ନିଜ ବନ୍ଧୁବାନ୍ଧବଙ୍କ ଦ୍ଵାରା ସବ ସତ୍କାର କରାଯାଇଛି ।ସେ ଜନ୍ମ ଲାଭ କରିଥିଲେ ତା ୨୩-୦୮-୧୯୫୧ ମସିହାରେ ଆଉ ରବିବାର ତା ୧୦-୧୧-୨୦୨୪ ଦିନ ସକାଳ ୭ଘଣ୍ଟା ସମୟରେ ଇହଧାମ ତ୍ୟାଗ କରି ସମସ୍ତଙ୍କୁ ଲୁହ ସାଗରରେ ଭସାଇଦେଇ ଆମ ସମସ୍ତଙ୍କ ପାଖରୁ ହଜି ଯାଇଛନ୍ତି ।ତାଙ୍କର ମୃତ୍ୟୁରେ ପରିବାରରେ ,ନିଜ ବନ୍ଧୁ ବାନ୍ଧବଙ୍କ ପାଖରେ ଏବଂ ଗାଁରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି ।
What's Your Reaction?






