କନ୍ଧମାଳ ର ମଞ୍ଚ କଳାକାର ସମାଜସେବୀ ତଥା ନିର୍ଦ୍ଦେଶକ ଶୁକଦେବ l

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ର ଜଣାଶୁଣା ଚେହେରା ଶୁକଦେବ ଏକା ଧାରରେ ଜଣେ ମଞ୍ଚ କଳାକାର ନିର୍ଦ୍ଧେଶକ ତା ସହିତ ଜଣେ ଚିତ୍ରକର, ସମାଜସେବି ଭାବରେ ଜଣାଶୁଣା ସେ l କନ୍ଧମାଳ ଜିଲ୍ଲା ବାଲିଗୁଡା ମାଟି ନୁଆସାହି ଗ୍ରାମରେ 1986 ମସିହା ମେ ମାସ 11 ତାରିଖ ରେ ପିତା ଶ୍ରୀ ତପନ ନାୟକ, ମାତା ସ୍ବର୍ଗତା ଲୁଚି ନାୟକ ଙ୍କ ଗର୍ଭ ରେ ଜନ୍ମ ନେଇ ଥିଲେ. ସେ ଘରେ ଅଭାବ ଅନାଟନ ଥାଇ ମଧ୍ୟ୍ୟ +3ପର୍ଯ୍ୟନ୍ତ ବଡ଼ କଷ୍ଟ ରେ ପାଠ ପଢା ଶେଷ କରିଥିଲେ. ସେ ବାଲ୍ୟ ଅବସ୍ଥା ରୁ ହିଁ କଳାରେ ନିପୁଣ ଥିଲେ. ଗୁରୁ ଶ୍ରୀ ପ୍ରଦୀପ କୁମାର ମଲ୍ଲିକ ଙ୍କ ପ୍ରେରଣା ପାଇ ମଞ୍ଚ ରେ ଅନେକ ନିଖୁଣ ଅଭିନୟ କରି ଜନ ମାନସ ରେ ମନ କିଣି ପାରିଛନ୍ତି
ତାପରେ ଜଣେ ବଳିଷ୍ଠ ନିର୍ଦ୍ଦେଶକ ମଧ୍ୟ ହେଲେ ଆଉ ଜଣେ ଭଲ ଉପସ୍ଥାପକ ଭାବରେ ଅନେକ ମେଲୋଡି଼ ମଞ୍ଚ ନିଭେଇଛନ୍ତି. ତାଙ୍କ ଜୀବନ କାଳମଧ୍ୟରେ 30ଟି ବହି ରେ ଅନେକ ନାଟକ ରେ ଅଭିନୟ କରିଛନ୍ତି.50ରୁ ଉର୍ଦ୍ଧ ନାଟକ ରେ ନିଁର୍ଧେଶନା ମଧ୍ୟ ଦେଇଛନ୍ତି. ଗୁରୁ ଶ୍ରୀ ପ୍ରଦୀପ କୁମାର ମଲିକ ଙ୍କ ଆଶୀର୍ବାଦ ରୁ ଅଭିନୟରେ ଅନେକ ପୁରସ୍କାର ପାଇଛନ୍ତି ଯଥା ଦକ୍ଷିଣ ଓଡିଶା ନାଟକ ମହୋତ୍ସବର ଅଭିନୟ କରି ରାଜ୍ୟ ସ୍ତରୀୟ ଆୱାର୍ଡ ପାଇଛନ୍ତି, ତାପରେ ଅଭିନୟ କରି କଳିଙ୍ଗ ଭୂମି ପୁତ୍ର ଆୱାର୍ଡ ପାଇଛନ୍ତି ଚିତ୍ର କରି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ରେ ଲଳିତ କଳା ଏକାଡେମୀ ରୁ ପୁରସ୍କୃତ ହେଇଛନ୍ତି. କରୋନା ମହାମାରୀ ସମୟରେ i ଅଫିସର ଙ୍କ ଠାରୁ ନେତା ମନ୍ତ୍ରୀ ଙ୍କ ଫୋଟୋ ଚିତ୍ର କରି ବିଶେଷ ଚର୍ଚା ରେ ଅଛନ୍ତି କରୋନା ମହାମାରୀ ରେ ଦୁର୍ଗମ ଅଞ୍ଚଳ କୁ ଯାଇ ହାତରୁ ଗରିବ ମନକଙ୍କୁ ମାକ୍ସ ସାବୁନ, ଲୁଗା ବାଣ୍ଟି ଛନ୍ତି ନିସ୍ଵାର୍ଥ ପର କାମ କରି ବାବା ସଂଉଁଟି ଛନ୍ତି l ପ୍ରଥମ ଅଭିନୀତ ନାଟକ କାଳ୍ପନିକ ନାଟକ ଦସ୍ୟୁ ନୁହେଁ ଦେବତା ରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଥିଲେ, ତାପରେ ମଞ୍ଚ କଳାକାର ତଥା ଯୁବ ନାଟ୍ୟକାର ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଓ କ୍ରୀଡାବିତ ସ୍ବର୍ଗତଃ ବିରୁପାକ୍ଷ କହଁର ଙ୍କ ଆହ୍ୱାନ କ୍ରମେ ଗଠିତ ବରାଳଦେବୀ ନାଟ୍ୟ ସାଂସଦ ଅନୁତୁଲ୍ୟରେ ଆୟୋଜିତ ମହାଭାରତ ନାଟକ ରେ ଶ୍ରୀକୃଷ୍ଣ ଙ୍କ ଚରିତ୍ର ରେ ନିଖୁଣ ଅଭିନୟ କରି ଦର୍ଶକ ଙ୍କ ପ୍ରଶଂସା ସାଉଁଟିଛନ୍ତି l
What's Your Reaction?






