ଆଦିବାସୀ ସଂଘ ପକ୍ଷରୁ ହେମନ୍ତ ସାହୁ ସମ୍ବର୍ଦ୍ଧିତ
ଆଦିବାସୀ ସଂଘ ପକ୍ଷରୁ ହେମନ୍ତ ସାହୁ ସମ୍ବର୍ଦ୍ଧିତ
କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍(ବ୍ୟୁରୋ):
କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଆଦିବାସୀ ସଂଘ ପକ୍ଷରୁ ଚାରି ଛକ ନିକଟ ରେ ଥିବା ଆଦିବାସୀ ସଂସ୍କୃତି ଭବନ ରେ ଓଡ଼ିଶା ର ତିରିଶ ଜିଲ୍ଲା କୁ ବାଇକ୍ ଯୋଗେ ଏକ ମାସ ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ ସାରି ଫେରିଥିବା ହେମନ୍ତ ସାହୁ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଆଦିବାସୀ ସଂଘ ର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ମ,ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଓ ଆଦିବାସୀ ସଂଘ କର୍ମକର୍ତ୍ତା ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସମ୍ପାଦକ ଶ୍ରୀ ସାହୁ ଙ୍କୁ ଉସ୍ଵଚ୍ଛିତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସର ରେ ଶ୍ରୀ ସାହୁ ଦୀର୍ଘ ଏକ ମାସ ଧରି ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ ବିଷୟ ରେ ନିଜର ଅନୁଭବ ଓ ଅନୁଭୁତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବତନ ପୁଲିସ ଅଧିକାରୀ ବୈଦ୍ୟ ନାରାୟଣ ଭୋଇ, ମ,ରାମପୁର ଆଦିବାସୀ ସଂଘ ସଭାପତି ରାଜୁ ମାଝୀ, କମିଟି ସମ୍ପାଦକ ରୋହିତ ଭୋଇ, ଶିକ୍ଷକ ବରୁଣ ପୁଟା , ଶିକ୍ଷକ ଗୌତମ ପାତ୍ର, ଧୋବା ପନ୍ଦର,ସମାଜ କର୍ମୀ ଶୁକଦେବ ସାହୁ , ପାଟ ଦେଓ ମୁଖ୍ୟ ପୂଜକ ଯୁଗେଶ୍ୱର ମାଝୀ, ନୀଳ ମାଧବ ମାଝୀ,ସିଲି ମାଝୀ , ପ୍ରମୁଖ ଉପସ୍ଥିତ ରହି ଏଭଳି ଏକ ଅଭିଯାନ ଆରମ୍ଭ କରି ସେ ଓଡ଼ିଶା ର ସାହିତ୍ୟ କୁ ସାରସ୍ଵତ ସମ୍ପର୍କ ରେ ସୂତ୍ରେ ବନ୍ଧିବାରେ ସଫଳ ହୋଇ କଳାହାଣ୍ଡି ପାଇଁ ଗର୍ବ ଆଣିଛନ୍ତି ବୋଲି ନିଜ ନିଜ ମତ ପ୍ରକାଶ କରିଥିଲେ । ଶିକ୍ଷକ ଶଶିକାନ୍ତ ମାଝୀ ସ୍ବାଗତ ଅଭିଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମ ,ରାମପୁର ବ୍ଲକ୍ ର ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ପଚାଶ ରୁ ଉର୍ଦ୍ଧ୍ବ ଆଦିବାସୀ ସଂଘ କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
What's Your Reaction?