ମକା ମିଶନ ସଚେତନତା ପଥପ୍ରାନ୍ତ ନାଟକ ମଞ୍ଚସ୍ଥ
ମୁଖ୍ୟମନ୍ତ୍ରୀ ମକା ମିଶନ ର ସଚେତନତା ପାଇଁ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ବାଲିଗୁଡା:ଲୋକ ଆବାଜ୍. ଇନ (ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶାନ୍ତି ମୈତ୍ରୀ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ମକା ମିଶନ ର ସଚେତନତା ପାଇଁ ପଥପ୍ରାନ୍ତ ନାଟକ ଅନୁଷ୍ଠିତ l କ ନୂଆଗାଁ ବ୍ଲକ୍ ଗୁମାପଦର କୃଷକ ଉତ୍ପାଦନ କମ୍ପାନୀ ସହିତ ବୈଜ୍ଞାନିକ ପ୍ରଳlନୀ ରେ ଚାଷ ଉଚିତ୍ ଦରଦାମ୍ ବିକ୍ରୟ ସୁବିଧା ସହିତ ବୀମା ର ସୁବିଧା ସଂପର୍କ ରେ ନିଖୁଣ ଅଭିନୟ ମାଧ୍ୟମ ରେ କଳାକାର ମାନେ ଲୋକଙ୍କୁ ଅବଗତ କରିଥିଲେ l ଅନୁଷ୍ଠାନ ର ସଂପାଦକ ଭଗବାନ ଜେନା ଙ୍କ ନେତୃତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରୋଜେକ୍ଟ କୋଡ଼ିନେଟର ସ୍ମାଲିଁ ନାୟକ l ସି ଇ ଓ ଅଶ୍ଵିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା କଳାକାର ପ୍ରମୋଦ ଦଣ୍ଡସେନା ଙ୍କ ନିର୍ଦ୍ଦେଶନା ରେ ପଥପ୍ରାନ୍ତ ନାଟକ ରେ କଳାକାର ମାନେ ନିଖୁଣ ଅଭିନୟ କରିଥିଲେ l
What's Your Reaction?