ଆଶା ମାନଙ୍କ ନିରନ୍ତର ଦକ୍ଷତl ବୃଦ୍ଧି ତାଲିମ ଶିବିର

Dec 24, 2024 - 18:14
 0  7
ଆଶା ମାନଙ୍କ ନିରନ୍ତର ଦକ୍ଷତl ବୃଦ୍ଧି ତାଲିମ ଶିବିର

ସୁବର୍ଣ୍ଣପୁର: ଲୋକ ଆବାଜ୍.ଇନ୍(ମନୋରଞ୍ଜନ ତ୍ରୀପାଠୀ ଙ୍କ ରିପୋର୍ଟ)

ସୁବର୍ଣ୍ଣପୁର ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନାଇକେନପାଲି ସଭାଗୃହ ଠାରେ ଆଶା ମାନଙ୍କ ନିରନ୍ତର ଦକ୍ଷତl ବୃଦ୍ଧି ତାଲିମ ଶିବିର କାର୍ଯ୍ୟକ୍ରମ ଡାକ୍ତର. ରାମଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଶିବିର ରେ ପରିବାର କଲ୍ୟାଣ ବିଭାଗ ପାରିପାଶିର୍କ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଡାକ୍ତର. ଚିତ୍ତରଞ୍ଜନ ତ୍ରିପାଠୀ, ଡାକ୍ତର.ଲୋପାମୁଦ୍ରା ପ୍ରଧାନ, ଡାକ୍ତର. ମାତାଙ୍ଗିନୀ ମହନ୍ତ,ଡାକ୍ତର. ପ୍ରସନ୍ନ କୁମାର ଦାସ,ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁ, ବହୁମୁଖୀ ସ୍ୱାସ୍ଥ୍ୟକ୍ଷେତ୍ର ପରିଦର୍ଶକ ସିମାଞ୍ଚଳ ଦାସ ଉପସ୍ଥିତ ଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନାଇକେନପାଲି ଅଧିନସ୍ଥ ସମସ୍ତ ଆଶା ଏବଂ ମ୍ୟୁନିସିପାଲିଟି ଅଧିନସ୍ଥ ସମସ୍ତ ଆଶା ଉପସ୍ଥିତ ଥିଲେ l ତାରିଖ ୨୩ ଏବଂ ୨୪ ପର୍ଯ୍ୟନ୍ତ ଦୁଇ ଦିନଧରି ଏହି ତାଲିମକାର୍ଯ୍ୟକ୍ରମ ଅନୁଷ୍ଠିତ ହେବlପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି l ସମସ୍ତ ଆଶା ଙ୍କୁ ତିନିଗୃପରେ ଭାଗକରି , ତିନୋଟି ସ୍ଥାନରେ ତାଲିମ ଶିବିର ଅନୁଷ୍ଠିତ କରାଯାଇଥିଲା ଏହି ଶିବିରରେ ଉପରୋକ୍ତ ଡାକ୍ତର ଗଣଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପରାମର୍ଶ ଦିଆଯାଇଛି l ଏହି ତାଲିମର ମୂଳଲକ୍ଷ ହେଉଛି, ଆଶାମାନେ ଗାଁ ମାନଙ୍କରେ ଲୋକଙ୍କୁ କିପରି ଭାବରେ ସଚେତନ କରିବେ, ମାଆ ଓ ଶିଶୁ ର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ଏବଂ ସୁସ୍ଥ ସମାଜ ଗଠନ କରିପାରିବେ l ସମଗ୍ର କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଙ୍କ ଯୋଜନା ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିବାବେଳେ , ସ୍ୱାସ୍ଥ୍ୟ ନଥିପତ୍ର ସହାୟକ ସୁଶାନ୍ତ ନାଏକ ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ l ଅନ୍ୟ କର୍ମଚାରୀ ମାନେ ଶିବିରରେ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow