ସର୍ବ ପୁରାତନ ସାହି ନୂଆସାହି ରେ ପାଟ୍ଟଖଣ୍ଡା ଙ୍କ କୃଷି ଭିତ୍ତିକ କାନ୍ଦୁଲ ଭଜା ଯାତ୍ରା l

ବାଲିଗୁଡ଼ା : ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ର ସର୍ବ ପୁରାତନ ସାହି ବାଲିଗୁଡା ନୁଆସାହି ରେ ପାରମ୍ପରିକ କା ନ୍ଦୁ ଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପଶ୍ଚିମ ଓଡ଼ିଶାରେ ହେଉଥିବା ଗଣପର୍ବ ନୂଆଖାଇ ଭଳି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳ ରେ ଦୀର୍ଘ ହଜାରେ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି କାନ୍ଦୁଲ୍ ଭଜା ଯାତ୍ରା ପୀଢ଼ି ପରେ ପୀଢ଼ି ମାଆ ପାଟ୍ଟ ଖଣ୍ଡା ଓ ବରାଳ ଦେଵୀ ପୀଠରେ ହୋଇଆସୁଛି ଏହା ମଧ୍ୟ ଗଣ ପର୍ବ ଭାବରେ ବିଦିତ l ସର୍ବ ପ୍ରଥମେ ମହସିଂ ଗଡ଼ରେ କାନ୍ଦୁଲ ଯାତ୍ରା ପରେ ଅନ୍ୟ ଅଞ୍ଚଳ ରେ ଯାତ୍ରା ହେବାର ଵିଧି ରହିଛି, ଧରଣୀ ପେନୁ ଯାତ୍ରା ଶେଷ ହେଲା ପରେ ଏହି ଯାତ୍ରା ଆୟୋଜିତ ହେବାର ପ୍ରଥା ରହିଛି,ପରମ୍ପାନୁଯାୟୀ ନୁଆଁ କାନ୍ଦୂଲ ଓ ଶିମ୍ବ ମଞ୍ଜି କୁ ଭାଜି ଲିଆ ଉଖୁଡା ନଡିଆ ଭୋଗ ସହିତ ବଣୁଆ ପଳlସ ଫୁଲ ଧାଧୁନ ଫୁଲ କୁ ପୂଜାର୍ଚ୍ଚନା କରି ମାଆ ଙ୍କୁ ଅର୍ପଣ କରାଯାଏ l ନୂଆ ବସ୍ତ୍ର ପରିଧାନ କରି ଭକ୍ତ ଓ ଶ୍ରଦ୍ଧାୁମାନେ ଏହି ପୂଜା ପରେ ଘରେ ସମସ୍ତେ ମିଳିମଶି ପ୍ରସାଦ ସେବନ କରନ୍ତି l ମାନସିକ ଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ପୀଠ ରେ ବୋଦା ଏବଂ ବରାଳଦେବୀ ଙ୍କ ନିକଟରେ କୁକୁଡ଼ା ମଧ୍ୟ ବଳୀ ଦିଅନ୍ତି l ଏହା ଏକ କୃଷଭିତ୍ତିକ ପର୍ବ ଅଟେ l ପୂର୍ବରୁ ମାଆ ପାଟ ଖଣ୍ଡା ଙ୍କୁ ଆଦିବାସୀ ମାନେ ପୁଜା କରୁଥିଲେ କାଳକ୍ରମେ ପାଇକ ଖଣ୍ଡାୟତ ଓ କ୍ଷତ୍ରିୟ ବଂଶ ଧର ପୂଜାର୍ଚ୍ଚନା କରି ଆସୁଛନ୍ତି ଲ ହଜାର ବର୍ଷ ରୁ ଉର୍ଦ୍ଧ ହେବ ଏହି ପାରମ୍ପରିକ ଯାତ୍ରା ହୋଇ ଆସୁଛି l ପ୍ରତ୍ୟେକ ବର୍ଷଭଳି ଚଳିତ ଫଗୁଣ ମାସ ମଙ୍ଗଳ ବାର ଦିନ ରେ ବାଲିଗୁଡା ଉପଖଣ୍ଡ ର ସର୍ବ ବୃହତ୍ତମ ଏବଂ ସର୍ବ ପୁରାତନ ସାହି ପ୍ରଚଳିତ ରୀତିନୀତି ଅନୁସାରେ ଗ୍ରାମ୍ୟକମିଟି ପକ୍ଷରୁ ଯାତ୍ରା ଆୟୋଜିତ ହୋଇଯାଇଛି
What's Your Reaction?






