ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୋକାଲର ବାର୍ଷିକ ଉତ୍ସବ

Apr 12, 2025 - 21:21
Apr 12, 2025 - 21:31
 0  189
ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୋକାଲର ବାର୍ଷିକ ଉତ୍ସବ

ନୂଆପଡା:ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

  ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲର୍କା କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୋକାଲ ପ୍ରଧାନ ଶିକ୍ଷକ କ୍ଷୀର ସିନ୍ଧୁ ଶବରଙ୍କ ସଭାପତିତ୍ବରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ମୋ ସଂସ୍କୃତି ମୋ ଖେଳଣା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରୋକାଳ ସରପଞ୍ଚ ଠାକୁର ବାଗ ଏବଂ ସତ୍ୟପୀର ପଣ୍ଡା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ୱାରଶନି ହାଇ ସ୍କୁଲ କେରାପଦର ମୁଖ୍ୟ ବକ୍ତା ରୂପେ ଅଳଙ୍କୃତ ଥିବାବେଳେ ବିଶିଷ୍ଟ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ଦାଶ,ସମ୍ମାନିତ ଅତିଥି ରୂପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼ିଙ୍ଗର ଶବର,ସି ଆର୍ ସି ସି ସଂଯୋଗ କୁମାର ବାଗ,କାନପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ସିଂ ମାଝୀ,ତରାପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଙ୍କନ ସିଂ ମାଝୀ, ଅବସରପ୍ରାପ୍ତ ରାଜସ୍ବ ନୀରିକ୍ଷକ ଧନୁର୍ଦ୍ଧର ବିଶ୍ଵାଳ,ଲୋକ ଆବାଜ ନ୍ୟୁଜ୍ ଜିଲ୍ଲା ପ୍ରତିନିଧି ରାମନାଥ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ ।ଅତିଥି ପରିଚୟ ଓ ସ୍ବାଗତ ସମ୍ଭାଷଣ ପର୍ବଟିକୁ ସହକାରୀ ଶିକ୍ଷକ ଅଶୋକ କୁମାର ବାରିକ ନିଜ ସୁନ୍ଦର ଶବ୍ଦ ସଂଯୋଜନା ମାଧ୍ୟମରେ ଆଗେଇ ନେଇଥିଲେ ।

ବାର୍ଷିକ ବିବରଣୀ ପ୍ରଧାନ ଶିକ୍ଷକ କ୍ଷୀର ସିନ୍ଧୁ ଶବର ଉପସ୍ଥାପନ କରିଛନ୍ତି ।ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବାର୍ଷିକ ଉତ୍ସବ ତଥା ମୋ ସଂସ୍କୃତି ମୋ ଖେଳଣା ଉତ୍ସବ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ସହପାଠ୍ୟ ,ଅନ୍ତର୍ନିହିତ କଳା ସାହିତ୍ୟ ପରିପ୍ରକାଶ ସହିତ ଛାତ୍ର ଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶର ମୂଲ୍ୟାଙ୍କନରେ ସହାୟକ ହେବା ସାଙ୍ଗକୁ ଛାତ୍ର ଛାତ୍ରୀଙ୍କ ଭିତରେ ଲୁକ୍କାୟିତ ହୋଇ ରହିଥିବା କଳାକୁ ଉଜ୍ଜୀବିତ କରାଇ ପ୍ରତିଯୋଗୀ ମନୋଭାବ ବୃଦ୍ଧି କରିବ ଏବଂ ଭବିଷ୍ୟତରେ ଛାତ୍ର ଛାତ୍ରୀ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ସୁନାମ ଅର୍ଜ୍ଜନ କରିବେ ବୋଲି ମତ ପ୍ରକାଶ କରିଛନ୍ତି ।

ଅତିଥି ରୂପେ କ୍ଷୀରମାଲ ପ୍ରଧାନ ଶିକ୍ଷକ ହରେ କୃଷ୍ଣ ବେହେରା,ଶୁଭେନ୍ଦୁ ଯୋଶୀ,ଅବସର ପ୍ରାପ୍ତ ସି ଆର୍ ପି ଏଫ୍ ଯବାନ ଉଗ୍ରେସନ୍ ନାଏକ, ଅବସରପ୍ରାପ୍ତ ଫରେଷ୍ଟର ରୁଦ୍ର ମାଧବ ସବର,ବୀରବର ବିଶ୍ଵାଳ,ପ୍ରେମ ଶବର,ଲୋକନାଥ ନାଏକ,ସୁରେଶ ନାଏକ,ମନବୋଧ ଦାଶ,ମକୁନ୍ଦ ମାଝୀ,ଚନ୍ଦ୍ର ନାଏକଙ୍କ ସମେତ ସମସ୍ତ ଅଭିଭାବକ ଅଭିଭାବିକା,ଏସ ଏମ ସି ସଦସ୍ୟ ସଦସ୍ୟା,ଶିକ୍ଷା ପ୍ରେମୀ,ଗ୍ରାମର ବୁଦ୍ଧିଜୀବୀ,ବିଦ୍ୟାଳୟର ଛାତ୍ର ଛାତ୍ରୀ,ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଭଦ୍ରବ୍ୟକ୍ତି ଉପସ୍ଥିତ ରହି ମଞ୍ଚର ସଭା କାର୍ଯ୍ୟ ତଥା ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।ବିଦ୍ୟାଳୟର ଶିକ୍ଷକ ସତ୍ୟଜିତ ଶବର,ଯଶୋବନ୍ତ ସିଂ ବାଗ, ପଲସ୍ତୀ ପାଣ୍ଡେ,ପ୍ରାକ୍ତନ ଛାତ୍ର ଧବଳେ ମାଝୀ,ସିମାଞ୍ଚଳ ନାଏକ ଓ ଦେବସିଂ ଠେଲା ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।ଶିକ୍ଷୟତ୍ରୀ ଚୁମକୀ ପୂଜାରୀ ବିଭିନ୍ନ ଶବ୍ଦାଳଙ୍କାର ଓ ଉପମା ବ୍ୟବହାର କରି ଆଜିର ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଶୁଭ ରଞ୍ଜନ ପାଣି ଧନ୍ୟବାଦ୍ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow