ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ କରଙ୍ଗାମାଲ ଦ୍ୱାରା ଲିଟିସର୍ଗିରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

Oct 18, 2024 - 19:16
Oct 18, 2024 - 22:49
 0  157
ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ କରଙ୍ଗାମାଲ  ଦ୍ୱାରା ଲିଟିସର୍ଗିରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

ନୂଆପଡ଼ା ଲୋକଆବାଜ୍.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

  ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲିଟିସର୍ଗି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ କରଙ୍ଗାମାଳ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ବ୍ୟାଙ୍କ ମିତ୍ର ସବିତା ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ବ୍ୟାଙ୍କ୍ ମିତ୍ର ସବିତା ବାଗ ଓ ଏମ ବି କେ ଚମ୍ପା ବାଗ ମଞ୍ଚାସିନ ଥିଲେ ।ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଯୋଜନାରେ ମହିଳା ସାମିଲ ହୋଇ କେମିତି ସ୍ବାବଲମ୍ବୀ ହୋଇପାରିବେ ତା'ରି ଉପରେ ଏମ ବି କେ ଆଲୋକ ପାତ କରିଥିବା ବେଳେ ବ୍ୟାଙ୍କ୍ ମିତ୍ର ବିଭିନ୍ନ ଋଣ,ସ୍ଵୟଂ ସହାୟିକା ଗୋଷ୍ଠୀର ବ୍ୟାଙ୍କ୍ ଲିଙ୍କେଜ୍, ଏନ୍ ପି ଏ ରିକୋଭରି ତଥା ଜୀବନ ବୀମା ଯଥା ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା,ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ପ୍ରତ୍ୟେକ ମହିଳାଙ୍କ ଆର୍ଥିକ ସ୍ଥିତି କେମିତି ସୁଦୃଢ ହୋଇପାରିବ ତାହା ପାଇଁ ଏକ ପ୍ରକାର ଆଲୋଚନା ଭିତ୍ତିକ ତାଲିମ ପ୍ରଦାନ କରିଛନ୍ତି ବ୍ୟାଙ୍କ୍ ମିତ୍ର।ଉକ୍ତ ଶିବିରରେ ,ଜି ପି ଏଲ ଏଫ୍ ସଭାନେତ୍ରୀ ଓ ସମ୍ପାଦିକା, ଇ ସି ମେମ୍ବର,ସି ଆର୍ ପି, କୃଷି ମିତ୍ର, ପ୍ରାଣୀ ମିତ୍ର,ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ତଥା ଉତ୍କଳ ଗ୍ରାମୀଣ କରଙ୍ଗାମାଲ ବ୍ୟାଙ୍କ୍ ଷ୍ଟାଫ କ୍ୟାସିୟର ଡମ୍ବରୁଧର ଶବର ଉପସ୍ଥିତ ରହିଥିଲେ ।

What's Your Reaction?

like

dislike

love

funny

angry

sad

wow