ଚାଷଜମି ରେ ପାଣି ମଡାଉଥିବା ବେଳେ ମହୁମାଛି ଆକ୍ରମଣ ଜଣେ ଚାଷୀ ଗୁରୁତର ଓ ୨ ଆହତ

କଳାହାଣ୍ଡି :ଲୋକ ଆବାଜ.ଇନ(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଅନାବୃଷ୍ଟି କାରଣ ରୁ ଧାନଚାଷ ଏବେ ପାଣି ଅଭାବ ରୁ ମରିବାକୁ ବସିଥିବା ବେଳେ ବ୍ଲକ ର ଅନେକ ଅଞ୍ଚଳ ରେ ଚାଷୀମାନେ ଚାଷ ଜମି କୁ ଲାଗି ରହିଥିବା ବିଭିନ୍ନ ଜଳଉତ୍ସ ରୁ କଷ୍ଟ ଉପାର୍ଜନ ଫସଲ କୁ ଅମଳକ୍ଷମ କରିବା ପାଇଁ ପାଣି ପମ୍ପ ଲଗାଇ ଚାଷଜମି କୁ ଜଳସେଚନ କରୁଥିବା ବେଳେ ଶୁକ୍ରବାର ଅପରାହ୍ନ ରେ କୋକସରା ବ୍ଲକ ସିର୍ଲିଗୁଡା ର ଜଣେ ଚାଷୀ ବିଜୟ କୁମାର ସାହୁ(୬୦) ଓ ତାଙ୍କ ସହ ଅନ୍ୟ ଦୁଇ ଜଣ ଶ୍ରମିକ ଧନୁ ନାଗ ଓ ଶ୍ୟାମ ନାଗ ମହାଜନଗୁଡା ନିକଟରେ ଥିବା ଚାଷଜମି ରେ ପାଣି ମଡାଉଥିବା ବେଳେ ଅତର୍କିତ ଭାବେ ମହୁମାଛି ଆକ୍ରମଣ ର ଶିକାର ହୋଇଥିଲେ। କୌଣସି ମତେ ଜୀବନ ରକ୍ଷା କରିବା ପରେ କିଛି ସ୍ଥାନୀୟ ଲୋକଙ୍କ ସହାୟତା ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବିଜୟ କୁମାର ସାହୁ ଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟ ଦୁଇଜଣ ଶ୍ରମିକ ଙ୍କ ଆହତ ହୋଇଥିବା ଜଣାପଡିଛି। କୋକସରା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।
What's Your Reaction?






