ଓଡ଼ିଆ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବିଜୟ ଲଷ୍ମୀ ନାଗ

Oct 19, 2024 - 21:34
 0  135
ଓଡ଼ିଆ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବିଜୟ ଲଷ୍ମୀ ନାଗ

କର୍ଲାମୁଣ୍ଡା:୧୮/୧୦ ଲୋକ ଆବାଜ୍. ଇନ୍ (ପ୍ରଦୀପ କୁମାର ସାହୁ ଙ୍କ ରିପୋର୍ଟ୍)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରିଣୀ

ସୁଶ୍ରୀ ବିଜୟ ଲଷ୍ମୀ ନାଗ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି। ବିଜୟ ଲଷ୍ମୀ ନାଗ ଙ୍କ ଘର ହେଉଛି,ମ ରାମପୁର ବ୍ଲକ ର ଅଲତରା ଗ୍ରାମରେ,ସେ କର୍ଲାମୁଣ୍ଡା ବ୍ଳକ ରାଜସ୍ୱ ବିଭାଗର ରେ ଆର ଆଇ ଭାବେ କାର୍ୟ୍ଯ କରିବା ସହ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ, ପ୍ରଥମେ ଓ ଇ ଏସ ପରୀକ୍ଷା ରେ କୃତ କାର୍ଯ୍ୟ ହୋଇ କର୍ଲାମୁଣ୍ଡା ବ୍ଳକ ରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଭାବେ କାର୍ଯ୍ୟରତ ଥିଲେ।ତେବେ ଓଡ଼ିଆ ପ୍ରଶାସନିକ ସେବା ପରୀକ୍ଷାରେ ୨୪୯ ନମ୍ବର ରେଙ୍କ ରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

What's Your Reaction?

like

dislike

love

funny

angry

sad

wow