ଓ ଏ ଏସ ପାଇଲେ ସୋନପୁର ର ଜ୍ୟୋତି ରଞ୍ଜନ ଭୋଇ -

Oct 19, 2024 - 21:31
 0  9
ଓ ଏ ଏସ ପାଇଲେ ସୋନପୁର ର ଜ୍ୟୋତି ରଞ୍ଜନ ଭୋଇ -

ସୋନପୁର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ଓ ପି ଏସ ଇ ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ସୋନପୁର ର ଜ୍ୟୋତି ରଂଜନ ଭୋଇ l

 ସୋନପୁର ସାନ ଝୀଙ୍କି ଗ୍ରାମ ରେ ବାସ କରୁଥିବା ମୂଳ ନିବାସୀ ବିନିକା ବ୍ଲକ୍ ସଂସାମୁରା ଗ୍ରାମ ର ଦୈତ୍ୟ ଦେବ ଭୋଇ ଓ ଜୟଶ୍ରୀ ଭୋଇ ଙ୍କ ସୁପୁତ୍ର ଅଟନ୍ତି ଶ୍ରୀମାନ ଜ୍ୟୋତି l ସେ ପ୍ରଥମ ଥର ଓ ଏ ଏସ ପରୀକ୍ଷା ରେ ୩୭୨ ନମ୍ୱର୍ ରେଙ୍କ ରେ ସଫଳ ହୋଈ ପିତା ମାତା, ଜନ୍ମ ମାଟି ସଂସାମୁରା ଓ ସୋନପୁର ସାନ ଝିଙ୍କୀ ସମେତ ସହାରା ହାଇସ୍କୁଲ ଓ ଭୁବେଶ୍ଵର ଓ ୟୁ ଏ ଟି ସଂସ୍ଥା ର ଗୌରବ ଆଣିଛନ୍ତି l ପିତା ସୋନପୁର ବ୍ଲକ୍ ରେ କୋଷାଧ୍ୟକ୍ଷ ଭାବେ କାର୍ଯ୍ଯ ରତ ଥିବା ବେଳେ ଆଜି ଏ ଖବର ପରେ ଶ୍ରୀ ଭୋଇ ଓ ପୁତ୍ର ଶ୍ରୀମାନ ଜ୍ୟୋତି ଙ୍କୁ ସାରା ଜିଲ୍ଲା ରୁ ଶୁଭେଚ୍ଛା ର ସୁଅ ଛୁଟୁଛି l

What's Your Reaction?

like

dislike

love

funny

angry

sad

wow