ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜିଲ୍ଲା ସ୍ତରୀୟ ଦଶମ ପ୍ରତିଷ୍ଠା ଦିବସ ପାଳିତ

Sep 21, 2024 - 23:32
 0  37
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜିଲ୍ଲା ସ୍ତରୀୟ ଦଶମ ପ୍ରତିଷ୍ଠା ଦିବସ ପାଳିତ

ନୂଆପଡା : ଲୋକ ଆବାଜ୍.ଇନ୍(ରାମ ନାଥ ପଣ୍ଡା ଙ୍କ ରିପୋର୍ଟ)

 ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେଶରାଜପୁର ଠାରେ ଜିଲ୍ଲା ସ୍ତରୀୟ ଦଶମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଆଜିର ଉଦଘାଟନୀ ଉତ୍ସବରେ ଚିତ୍ତ ରଞ୍ଜନ ମଟାରି ପ୍ରିନ୍ସିପାଲ ଓ ଏ ଭି କେଶରାଜପୁର ସଭାପତିତ୍ବ କରିଥିବାବେଳେ ଖରୀଆର ଅଟୋନମସ କଲେଜର ଅବସରପ୍ରାପ୍ତ ପ୍ରିନ୍ସିପାଲ ଡଃ ଫଣିନ୍ଦମ୍ ସିଂ ଦେଓ ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଜିତେନ୍ଦ୍ର କୁମାର ପ୍ରଧାନ ନୋଡାଲ ପ୍ରିନ୍ସିପାଲ ଓ ଏ ଭି ନୂଆପଡ଼ା ଜିଲ୍ଲା, କ୍ଷିତି ଭୂଷଣ ବିଶ୍ଵାଳ ପ୍ରିନ୍ସିପାଲ ଓ ଏ ଭି ନେଗିପାଲି,ସୁନିଲ କୁମାର ସାହୁ ପ୍ରିନ୍ସିପାଲ ଓ ଏ ଭି ବାଦି ଏବଂ ହରେକୃଷ୍ଣ ବେହେରା ପ୍ରିନ୍ସିପାଲ ଓ ଏ ଭି ଟିମନପୁର ଯୋଗଦାନ କରିଥିଲେ । ମଞ୍ଚାଷିନ ସମସ୍ତ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଓ ଶିକ୍ଷା ଗ୍ରହଣ ଉପରେ ଆବଶ୍ୟକ ସମସ୍ତ ପ୍ରକାର ବ୍ୟବସ୍ଥା ଉପରେ ଆଲୋକ ପାତ କରାଇଥିଲେ ।

ତଦପରେ ଜୁନିଅର ଓ ସିନିଅର ଗୋଷ୍ଠୀର ଛାତ୍ର ଛାତ୍ରୀ ମାନଙ୍କର ସୋଲୋ ସଙ୍ଗ,ପୁଏମ୍ ରେଶିଟେଶନ,କୁଇଜ୍, ଏସେ,ଡିବେଟ, ଇଲୋକ୍ୱିସନ, ଡ୍ରଇଂ ଏଣ୍ଡ ପେଣ୍ଟିଂ, ଶୋଲୋ ଡାନ୍ସ (କ୍ଲାସିକାଲ), ଗ୍ରୁପ ଡାନ୍ସ (କ୍ଲାସିକାଲ), ସୋଲୋ ଡାନ୍ସ (ଫୋକ୍), ଗ୍ରୁପ ଡାନ୍ସ (ଫୋକ)ର ପ୍ରତିଯୋଗିତା କରାଯାଇଥିଲା ।ପ୍ରତ୍ୟେକ ପ୍ରତିଯୋଗିତାର ନିର୍ଣ୍ଣାୟକ ଫଳ ପ୍ରଦାନ ନିମିତ୍ତ ଜର୍ଜ ଭାବରେ ଓଡ଼ିଶାର ଅନ୍ୟ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଆସି ଭୂମିକା ନିର୍ବାହ କରି ସଠିକ୍ ଫଳ ପ୍ରଦାନ କରିଥିଲେ ।ଉଦଯାପନୀ ସମାରୋହରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ।ବିଶିଷ୍ଟ ଅତିଥି ଭାବେ ଭାରତ ସରକାରଙ୍କ ଅବସରପ୍ରାପ୍ତ ଇନକମ୍ ଟେକ୍ସ କମିଶନର ଶ୍ରୀକାନ୍ତ ଚାଟାର୍ଜୀ,ସମ୍ମାନିତ ଅତିଥି ରୂପେ ନୋଡାଲ ପ୍ରିନ୍ସିପାଲ ଓ ଏ ଭି ନୂଆପଡ଼ା ଜିଲ୍ଲା ଜିତେନ୍ଦ୍ର କୁମାର ପ୍ରଧାନ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରିନସିପାଲ ଚିତ୍ତରଞ୍ଜନ ମଟାରି ଯୋଗଦାନ କରି ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଉଭୟ ଇଂରାଜୀ ଶିକ୍ଷକ ସତ୍ୟ ପ୍ରକାଶ ଦଣ୍ଡସନା ଓ ଯଦୁମଣି ବାରିକ ମଞ୍ଚ ପରିଚାଳନା କରିଥିବାବେଳେ ଆକାଶ ମୁଣ୍ଡା ଓ ସନ୍ତୋଷ କୁମାର ଦାସ ପ୍ରତିଯୋଗୀଙ୍କ ତାଲିକା ପଠନ ଏବଂ ପୁରସ୍କାର ବଣ୍ଟନରେ ସହଯୋଗ କରିଛନ୍ତି ।ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ସ୍ଥାନୀୟ ବିଦ୍ୟାଳୟର ଟିଚିଙ୍ଗ ଓ ନନ ଟିଚିଙ୍ଗ ଷ୍ଟାଫ ତଥା ଛାତ୍ର ଛାତ୍ରୀ ସମ୍ପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow