ଆଦିବାସୀ ସଂଘ ର ନୂଆଁ ଖାଇ ଭେଟ ଘାଟ ....

Oct 5, 2026 - 08:23
Oct 5, 2026 - 09:40
 0  61
ଆଦିବାସୀ ସଂଘ ର ନୂଆଁ ଖାଇ ଭେଟ ଘାଟ ....

କର୍ଲାମୁଣ୍ଡା:୪/୧୦(ଲୋକ ଆବାଜ୍.ଇନ୍/ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ୍ ପଡ଼ିଆ ଠାରେ ଆଦିବାସୀ ସଂଘ ର ନୂଆଁ ଖାଇ ଭେଟ ଘାଟ ରବିବାର ଅନୁଷ୍ଠିତ ହୋଇଯାଇଛି। ସଭା କାର୍ଯ୍ୟ ଆରମ୍ଭ ରେ କର୍ଲାମୁଣ୍ଡା ବସ୍ତି ସ୍ଥିତ ଧରଣୀ ପୀଠ ରେ ପୂଜାର୍ଚ୍ଚନା ପରେ ବିଶାଲ ଶୋଭାଯାତ୍ରା ବାହାରି ମଞ୍ଚ ନିକଟରେ ପହଞ୍ଚି ଥିଲା।

ଏଥିରେ ଆଦିବାସୀ ସଂଘ ବ୍ଲକ୍ ସଭାପତି ସୁରେନ୍ଦ୍ର ଭୋଇ ସଭାପତିତ୍ଵ କରିଥିବା ବେଳେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝି, କଳାହାଣ୍ଡି ଜିଲ୍ଲା ଆଦି ସ୍କନ୍ଦ ସମାଜ ସଭାପତି ରାଜେନ୍ଦ୍ର ଭୋଇ, କଳାହାଣ୍ଡି ଜିଲ୍ଲା ଗଣ୍ଡ ସମାଜ ସଭାପତି ପଦ୍ମନ ପାତ୍ର,ମ ରାମପୁର କଲେଜ ର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ମ ରାମପୁର ଗଡଜାତର ରାଜା ସାହେବ ବୁଧେନ୍ଦ୍ର ପ୍ରତାପ ସିଂଦେଓ, କର୍ଲାମୁଣ୍ଡା ବ୍ଲକ ଆଦିସ୍କନ୍ଦ ସଭାପତି ଗୋବିନ୍ଦ ଭୋଇ,କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ସମ୍ପାଦକ ଗୋବିନ୍ଦ ଭୋଇ,କର୍ଲାମୁଣ୍ଡା ବ୍ଲକ ଗଣ୍ଡ ସମାଜ ସଭାପତି ଇନ୍ଦ୍ରମଣି କଅଁର , ଭବାନିପାଟଣା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ସହକାରୀ ପ୍ରଫେସର ଅଶୋକ କୁମାର ଭୋଇ, ଜୁନାଗଡ ବ୍ଲକ ସଭାପତି ଶ୍ରୀବତ୍ସ ଜାନୀ,ମୂଖ୍ୟ ବକ୍ତା ଭାବେ ଭବାନିପାଟଣା ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ଓଡ଼ିଆ ବିଭାଗ ପ୍ରଫେସର ଡୋଳା ମଣି ଧରୁଆ ପ୍ରମୁଖ ଯୋଗ ଦେଇ ଶିକ୍ଷା ବିନା ମଣିଷ ଆଗକୁ ବଢ଼ିବା ଅସମ୍ଭବ ଏଣୁ ଆମେ ସମସ୍ତେ ଶିକ୍ଷା ସହିତ ସଂସ୍କାର କୁ ଗୁରୁତ୍ଵ ଦେଇ ସଂଗଠିତ ହେବା ପାଇଁ ମତ ପୋଷଣ କରିଥିଲେ।

ସଭା କାର୍ଯ୍ୟ ରେ ଯୁବ କବି ଲଳିତ ମୋହନ ଭୋଇ ସଂଯୋଜନା କରିଥିଲେ ଓ ଯୁବ ଆଦିବାସୀ ନେତା ନନ୍ଦୀ କିଶୋର ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟ କ୍ରମ ରେ ସମସ୍ତ ଗ୍ରାମ ପଞ୍ଚାୟତ କର୍ମକର୍ତ୍ତା ସମେତ ବହୁ ଆଦିବାସି ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋରାଡବରା ର ଡାଲ୍ ବଜା, ବିନ୍ଧାଣୀ ର ଡାଲ୍ ବଜା ସହିତ ବିନ୍ଧାଣୀ ଝିଅ ମାନଙ୍କ ଦ୍ଵାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲା 

What's Your Reaction?

like

dislike

love

funny

angry

sad

wow