ମିଳିତ ଭାବରେ ତରାପୁର ବ୍ରାହ୍ମଣ ସମାଜର ନୂଆଖାଇ ପର୍ବ ପାଳନ ।

Sep 9, 2024 - 20:31
 0  135
ମିଳିତ ଭାବରେ ତରାପୁର ବ୍ରାହ୍ମଣ ସମାଜର ନୂଆଖାଇ ପର୍ବ ପାଳନ ।

ନୂଆପଡ଼ା -ଲୋକ ଆବାଜ. ଇନ (ରାମନାଥ ପଣ୍ଡା ଙ୍କ ରିପୋର୍ଟ )

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମରେ ମିଳିତ ଭାବେ ବ୍ରାହ୍ମଣ ସମାଜର ୪୪ଟି ପରିବାରର ୨୨୦ ଜଣ ଲୋକଙ୍କ ନୂଆଖାଇ ପର୍ବ ବହୁ ଧୁମ୍ ଧାମରେ ପାଳିତ ହୋଇଯାଇଛି । ସାମାଜିକ ସ୍ତରରେ ପରିବାର ପରିବାର ମଧ୍ୟରେ ଲୋକଙ୍କ ଦୃଢ ସମ୍ପର୍କ ରଖିବା ନେଇ ନୂଆଖାଇ ପର୍ବର ବିଶେଷ ମହତ୍ତ୍ଵ ରହିଛି ।ଅତୀତର ଅଭିମାନ ,ରାଗ ରୋଷକୁ ଭୁଲି ହର୍ଷ ଉଲ୍ଲାସର ସହିତ ତାରାପୁର ବ୍ରାହ୍ମଣ ସମାଜର ୪୪ଟି ପରିବାର ୨୨୦ ରୁ ଉର୍ଦ୍ଧ ଲୋକ ଏକତ୍ରିତ ହୋଇ ଅତି ଆଡମ୍ବର ସହକାରେ ବହୁ ଧୁମ୍ ଧାମରେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ତଥା କୃଷି ଭିତ୍ତିକ ପର୍ବ ନୂଆଖାଇ ପାଳନ କରିଥିବା ଦେଖିବାକୁ ମିଳିଛି ।ଏନେଇ ୧୫ ଦିନ ଆଗରୁ ବିଭିନ୍ନ ସ୍ଥାନରେ ଗ୍ରାମରେ ଆୟୋଜକ କମିଟି ର ବୈଠକ କରାଯାଇ ଶୁଭ ଲଗ୍ନ ରେ ନୂଆଖାଇବା ସ୍ଥିର କରାଯାଇ ଥିଲା । ଠିକ୍ ସେହିପରି ୮ତାରିଖ ରବିବାର ପଞ୍ଚମୀ ଦିନ ସକାଳୁ ବିଧି ଅନୁଯାୟୀ ଶୁଭ ମୁହୂର୍ତ୍ତ ଓ ଶୁଭ ଲଗ୍ନ ରେ ତାରାପୁର ଜଗନ୍ନାଥ ମନ୍ଦିର ପୂଜକ ବିରଞ୍ଚି ନାରାୟଣ ଯୋଶୀ ଙ୍କ ଦ୍ଵାରା ମନ୍ଦିରରେ ଭଗବାନଙ୍କ ପାଖରେ ନୂଆ ଲାଗି କରାଯାଇଥିଲା । ପରେ ତାରାପୁର ବ୍ରାହ୍ମଣ ସମାଜର ୪୪ଗୋଟି ପରିବାର ରୁ ଆସିଥିବା ୨୨୦ ଲୋକ ଏକତ୍ରିତ ହୋଇ ଗୋଟିଏ ଜାଗାରେ ବସି ନୂଆ ଖାଇଥିଲେ । ନୂଆ ଖାଇ ସାରି ଦକବଦ୍ଧ ଭାବରେ ନିକଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ଜଗତର ନାଥ ଜଗନ୍ନାଥ ତଥା ଗ୍ରାମର ସମସ୍ତ ଦେବା ଦେବୀଙ୍କ ଦର୍ଶନ କରି ସମସ୍ତଙ୍କଠାରୁ ଆଶିଷ ଭିକ୍ଷା ତଥା ସମସ୍ତଙ୍କର ଶୁଭ ମନାଶିଥିଲେ ।

ସମସ୍ତଙ୍କ ଉପସ୍ଥିତରେ ମନ୍ଦିର ନିକଟରେ ଭେଟଘାଟ ପର୍ବ ମଧ୍ୟ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜକ କମିଟି ସଦସ୍ୟ ମାନଙ୍କ ଦ୍ବାରା ଆଗାମୀ ବର୍ଷ ମାନଙ୍କର ଚକିତ ବର୍ଷ ଠାରୁ ଆହୁରି ଉଚ୍ଚ ଧରଣର ଓ ବହୁ ଆଡମ୍ବର ସହକାରେ ନୂଆଖାଇ ପର୍ବ ପାଳନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରସ୍ତାବକ ସିଦ୍ଧାନ୍ତ ପଣ୍ଡା , ଆୟୋଜକ କମିଟି ସଭାପତି କୃଷ୍ଣ ଚନ୍ଦ୍ର ଯୋଷୀ , ସମ୍ପାଦକ ସତ୍ୟପୀର ପଣ୍ଡା ,କୋଷାଧ୍ୟକ୍ଷ ଆଶିଷ କୁମାର ପଣ୍ଡା , ସୋହାଗ ଶୁଭମ୍ ଯୋଷୀ, ମନୋଜ କୁମାର ପଣ୍ଡା, ସୁନାଲ ଯୋଷୀ ସମେତ ଆୟୋଜକ କମିଟି ସଦସ୍ୟ ଶୁଭେନ୍ଦୁ ଯୋଷୀ ,ଗଣେଶ ଚନ୍ଦ୍ର ଯୋଷୀ, ଗୋଲକ ଚନ୍ଦ୍ର ତ୍ରିପାଠୀ , ଦେବେନ୍ଦ୍ର ପଣ୍ଡା , ପରମେଶ୍ବର ପଣ୍ଡା , ବିଶେଶ୍ୱର ପଣ୍ଡା , ବିସିକେଶନ୍ ପଣ୍ଡା,ରୋହିତ ପଣ୍ଡା ,ରାହୁଲ ପଣ୍ଡା, ପ୍ରଦୀପ କୁମାର ପଣ୍ଡା ,ଗୋବିନ୍ଦ ପଣ୍ଡା ,ବିକାଶ ପଣ୍ଡା, ଅରବିନ୍ଦ ପଣ୍ଡା, ପ୍ରବୀଣ ପଣ୍ଡା, ଅବନୀ ଯୋଷୀ, ରଜନୀ ଯୋଷୀ , ଜିତେନ୍ଦ୍ର କୁମାର ଯୋଷୀ, ସଚିନ୍ଦ କୁମାର ଯୋଷୀ, ରଘୁନାଥ ପଣ୍ଡା ,ରାମନାଥ ପଣ୍ଡା, ସୌମ୍ୟ ରଞ୍ଜନ ପଣ୍ଡା , ସୌରଵ ପଣ୍ଡା , ସଞ୍ଜୟ ପଣ୍ଡା, ସର୍ବଜ୍ଞ ପଣ୍ଡା ,ସମୀର ପଣ୍ଡା , ସୁମନ୍ତ ପଣ୍ଡା, ପ୍ରସନ୍ନ ପଣ୍ଡା ,ମାନସ ପଣ୍ଡା ,ମହେନ୍ଦ୍ର ଯୋଷୀ, ସଞ୍ଜୟ ଯୋଷୀ , ନନ୍ଦ କିଶୋର ଯୋଷୀ, ଅଜିତ ଯୋଷୀ , ଅଭୟ ଯୋଷୀ , ସାଗର ଯୋଷୀ , ସୁରେଶ ଚନ୍ଦ୍ର ମୁଣ୍ଡ, ବୀରେନ୍ଦ୍ର ମୁଣ୍ଡ , ନରେନ୍ଦ୍ର ମୁଣ୍ଡ , ଅଙ୍କିତ ମୁଣ୍ଡ ,ଆଶୀର୍ବାଦ ମୁଣ୍ଡ, ସଞ୍ଜୀବ ମୁଣ୍ଡ ,ଡମ୍ବରୁ ଧର ପତି, ଶୋହାଗ ରଞ୍ଜନ ପତି ,ଅମୂଲ୍ୟ ନାରାୟଣ ପଣ୍ଡା ,କୁଶଲେଶ୍ୱର୍ ପଣ୍ଡା ,ପ୍ରଶାନ୍ତ କୁମାର ପଣ୍ଡା, ଅମିୟ ପାଣିଗ୍ରାହୀ, ଅମିୟ ପୁରୋହିତ ,ତଥା ୪୪ଟି ପରିବାରର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ରହି ନୁଆଖାଇ ପର୍ବଟିର ଉପଭୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow