ନବମୀ ତିଥି ରେ ମା ଡୋକରୀ ଦେବୀ ଙ୍କ ଛତର ଯାତ୍ରା
ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ମୁଖ୍ୟ ସେବକ
କଳାହାଣ୍ଡି: ଲୋକ ଆବାଜ୍.ଇନ୍(ବ୍ୟୁରୋ)
:- କଳାହାଣ୍ଡି ଜିଲ୍ଲା ମ.ରାମପୁର ର ଇଷ୍ଟ ଦେବୀ ମା ଡୋକରୀ ଙ୍କ ଛତର ଯାତ୍ରା ଆସନ୍ତା ତିରିଶ ତାରିଖ ନବମୀ ତିଥି ଦିନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ସେବକ ସୂଚନା ଦେଇଛନ୍ତି । ଆଜି ମ,ରାମପୁର ରାଜବାଟି ରେ ସାମ୍ବାଦିକ ସମ୍ମିଳନୀ ରେ ମା ଡୋକରୀ ପରିଚାଳନା କମିଟି ର ସଭାପତି ତଥା ମୁଖ୍ୟ ସେବକ, ରାଜା ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ସମ୍ପାଦକ ଯଶୋବନ୍ତ ସିଂହ ଦେଓ ସୂଚନା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ମୁଖ୍ୟ ସେବକ ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ପାଇଁ ଏହି ଛତର ଯାତ୍ରା ର ଆୟୋଜନ କରା ଯାଇଛି। ଜେନା ବୁଢା ମନ୍ଦିର ରୁ ସକାଳ ପ୍ରାୟ ୬ଘଣ୍ଟା ସମୟ ରେ ଏହି ଛତର ଯାତ୍ରା ଆରମ୍ଭ ହୋଇ ବିଭିନ୍ନ ଛକ ରେ ଶ୍ରଦ୍ଧାଳୁ, ଭକ୍ତ ଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଦ୍ଧନା ସହ ବିଭିନ୍ନ ଲୋକ ନୃତ୍ୟ, ଲୋକ ବାଦ୍ୟ ର ସମାହାର ରେ ଏକ ବିରାଟ ଶୋଭାଯାତ୍ରା କରି ମା ଙ୍କ ବିଜୟ ଛତର କୁ ମା ଡୋକରୀ ମନ୍ଦିର କୁ ଅଣା ଯିବ ବୋଲି କହିଛନ୍ତି । ଏହି ଶୋଭା ଯାତ୍ରା ସମୟରେ କେହି ଭକ୍ତ ମାଁ ଙ୍କ ଉଦ୍ଦେଶ୍ୟ ରେ ରାଜ ରାସ୍ତା ରେ ବଳୀ ନ ଦେବାକୁ ଅନୁରୋଧ କରା ଯାଇଛି । ଯଦି କେହି ମା ଙ୍କ ଉଦ୍ଦେଶ୍ୟ ରେ ବଳୀ ଦେବାକୁ ଚାହାନ୍ତି, ମୁଖ୍ୟ ମନ୍ଦିର ବାହାରେ ଦେଇ ପାରିବେ ବୋଲି ସୂଚନା ମିଳିଛି । ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଛତର ଯାତ୍ରା ଆରମ୍ଭ ହେଉ ଥିବାରୁ ଅଞ୍ଚଳବାସୀ ବହୁତ୍ ମାତ୍ରା ରେ ଉତ୍ସାହିତ ଥିବା ସହ ମାଆ ଙ୍କ ଦର୍ଶନ ସହ ମାଆ ଙ୍କ ଆଶିର୍ବାଦ ଲାଭ କରନ୍ତୁ ବୋଲି ସମ୍ପାଦକ ଶ୍ରୀ ସିଂହ ଦେଓ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
What's Your Reaction?