କନ୍ଧମାଳ ସାଂସଦ ଙ୍କ ତୁମୁଡିବନ୍ଧ ଗସ୍ତ ନୂତନ ଆମ୍ବୁଲାନ୍ସ ଏବଂ ସଚେତନତା ରଥ ର ଉଦଘାଟନ ।

Aug 24, 2024 - 18:15
 0  144
କନ୍ଧମାଳ ସାଂସଦ ଙ୍କ ତୁମୁଡିବନ୍ଧ ଗସ୍ତ ନୂତନ ଆମ୍ବୁଲାନ୍ସ ଏବଂ ସଚେତନତା ରଥ ର ଉଦଘାଟନ ।

ବାଲିଗୁଡା,ଲୋକ୍ ଆବାଜ୍‌. ଇନ୍‌(ପ୍ରମୋଦ ଦଣ୍ଡସେନା)

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ରେ  ଶୁକ୍ରବର ଅପରାହ୍ନ ୩.୩୦ ମି ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ତୁମୁଡିବନ୍ଧ ଗସ୍ତରେ ଆସି ପ୍ରଥମେ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ନିଜ ସାଂସଦ ପାଣ୍ଠି ରୁ ଦେଇଥିବା ନୂତନ ଆମ୍ବୁଲାନ୍ସ ସାଂସଦ ସବୁଜ ପତାକା ଦେଖାଇ କରିଥିଲେ ସୁଭାରମ୍ଭ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଅଭିଷେକ ନାୟକ ଏବଂ ସମସ୍ତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ଆମ୍ବୁଲାନ୍ସ ଟି ଏହି ତୁମୁଡିବନ୍ଧ ଅଞ୍ଚଳର ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ହୋଇ ରୋଗୀଙ୍କ ସହାୟତାରେ ଆସିବ ବୋଲି କହିଥିଲେ ସାଂସଦ । ଏହାପରେ ଚିକିତ୍ସାଳୟ ର ଅନ୍ତବିଭାଗ କୁ ଯାଇ ରୋଗୀମାନଙ୍କୁ ଭେଟିଥିଲେ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟରତ ଆଶା ମା ମାନେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ନଥିବା ନେଇ ଅବଗତ କରାଇବା ସହିତ ଏକ ସେହି ବିଭାଗୀୟ ବିଶେଷଜ୍ଞ ଦିଆଯାଉ ବୋଲି ସାଂସଦ ଙ୍କୁ ନିବେଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ସାରି ତୁମୁଡିବନ୍ଧ ବ୍ଲକ ପରିସର କୁ ଯାଇ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନର ପ୍ରଧାନ ମନ୍ତ୍ରୀ ଧନମନ ସଚେତନତା ରଥକୁ ପତାକା ଦେଖାଇ ସୁଭାରମ୍ଭ କରିଥିଲେ । ଏହି ରଥ ଟି କୁଟିଆ ଆଦିମ ଜନଜାତି ମାନଙ୍କର ବିକାଶ ର ବାର୍ତ୍ତା ବାହ ହେବ । ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ର ୯୩ ଟି କୁଟିଆ ଆଦିମ ଜନଜାତି ଗ୍ରାମ ଗୁଡିକ କୁ ଗସ୍ତ କରି ଉକ୍ତ ଯୋଜନା ଉପରେ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସଚେତନତା କରିବ ଏହି ରଥ ।

ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ବିଭାଗର ଅଧିକାରୀ ମାନେ ତଥା ଅଞ୍ଚଳର ସମସ୍ତ ବୁଦ୍ଧି ଯିବି , ସମାଜ ସେବୀ ଏବଂ ବିଭିନ୍ନ ବର୍ଗର ଲୋକଙ୍କୁ ଆହ୍ୱାନ ଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ ରୂପେ ରୂପାୟନ କରିବାରେ ସହଯୋଗ କାମନା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝୀ, ବାଲିଗୁଡା ପିଏ ଆଇଟି ଡିଏ କୃପାସିନ୍ଧୁ ବେହେରା , ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରି ହରପାଲ, ବେଲଘର କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ର ସତନ୍ତ୍ର ଅଧିକାରୀ ଅମୀୟ କୁମାର ମିଶ୍ର, ସାଂସଦ ପ୍ରତିନିଧି ପୂର୍ଣ ଚନ୍ଦ୍ର ପାଢ଼ୀ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଟ୍, ତୁମୁଡିବନ୍ଧ ବ୍ଳକ ବିଜେପି ସଭାପତି ରବି ପତ୍ର, ସୋନୁ ପଣ୍ଡା, ବାବୁଲୁ ବିଶ୍ୱାଳ, ବେଲଘର ସରପଞ୍ଚ ଗୋବିନ୍ଦ ମଝି ଏବଂ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

What's Your Reaction?

like

dislike

love

funny

angry

sad

wow