ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ପ୍ରତିକାର ପାଇଁ ଜନ ସଚେତନତା ଶିବିର।

Nov 20, 2024 - 23:49
 0  5
ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ପ୍ରତିକାର ପାଇଁ ଜନ ସଚେତନତା ଶିବିର।

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ବନାଞ୍ଚଳରେ ଜଙ୍ଗଲରେ ନିଆଁର ପ୍ରତିକାର ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ର ଏହି କାର୍ଯ୍ୟକ୍ରମରେ କ.ନୂଆଗାଁ ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁରଙ୍କ ନେତୃତ୍ବରେ ବନପାଳ ସୁଶାନ୍ତ କୁମାର ବୈଶାଖୀ, ସନ୍ତୋଷ କୁମାର ସେନାପତି ଓ ଦାସରଥି ପଣ୍ଡା ପ୍ରମୁଖ ସଂଯୋଜନା କରିଥିଲେ। ସାରଙ୍ଗଗଡ଼ ପଞ୍ଚାୟତ ଅନ୍ତର୍ଗତ ପାଇବର ସାହି ନିକଟ ଜଙ୍ଗଲରେ ଜଙ୍ଗଲ ସୁରକ୍ଷା ଉପରେ ଏକ ମକ୍ ଡ୍ରିଲ ଜନସଚେତନତା କାର୍ଯ୍ୟକ୍ରମ ସାରଙ୍ଗ ଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁଇ ବିଭାଗିୟ ଅଧିକାରୀ ମାନଙ୍କ ସମନ୍ୱୟରେ ଆଗାମୀ ଗ୍ରୀଷ୍ମ ଋତୁ ସମୟରେ ବିଭିନ୍ନ ଉପାୟରେ କିପରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାପାଇଁ ପରାମର୍ଶ ଦେଇଥିଲେ।ଏହା ସହ ଅଞ୍ଚଳରେ ପୋଡୁଚାଷରୁ ନିବୃତ୍ତ ହେବା, ବେଆଇନ ଜଙ୍ଗଲ ଜନ୍ତୁ ଶିକାର, ମହୁଲ ସଂଗ୍ରହ ସମୟରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ କରିବା ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବାକୁ ଗୁରୁତ୍ଵ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ନିଶମ ଅଧିକାରୀ ପଦ୍ମଲୋଚନ ଗୌଡ଼, ଆଗ୍ନିକ ପିଣ୍ଟୁ ବେହେରା, ଅକୃର ସାବତ, ବନରକ୍ଷୀ ସନ୍ତୋଷ କୁମାର ପଟ୍ଟନାୟକ, ଅଜିତ ଦିଗାଲ, ପ୍ରିୟାଞ୍ଜଳି ପ୍ରଧାନ, ସୁଦେଷ୍ଣା ବେହେରା, ରୁପଶ୍ରୀ ଦିଗାଲ, ସୁଜାତି ଦିଗାଲ, ପଙ୍କଜିନି ବେହେରାଙ୍କ ସମେତ ବନାଞ୍ଚଳର ସମସ୍ତ ସ୍କ୍ୱାର୍ଡ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow