କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ଦ୍ୱିତୀୟ ବାର୍ଷିକ ସାଧାରଣ ସଭା

Dec 1, 2024 - 07:16
 0  13
କର୍ଲାମୁଣ୍ଡା କୃଷକ ସାଥି  ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ଦ୍ୱିତୀୟ ବାର୍ଷିକ ସାଧାରଣ ସଭା

କର୍ଲାମୁଣ୍ଡା:ଲୋକ ଆବାଜ. ଇନ (ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସରଗୁଲ ମାଲପଡା ସ୍ଥିତ କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ଦ୍ୱିତୀୟ ବାର୍ଷିକ ସାଧାରଣ ସଭା ରେଗଡା ପଞ୍ଚାୟତ ବିଜାପାଟି ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ତିରଞ୍ଜି ମେର୍ଲି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, କର୍ଲାମୁଣ୍ଡା ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ଅରୁଣ ସାହୁ,ମତ୍ସ୍ୟ ବିଭାଗ ସମ୍ପ୍ରସାରଣ ଅଧିକାରୀ ଶକ୍ତି କାନ୍ତ ବେହେରା,ସାମ୍ବାଦିକ ନବୀନ କିଶୋର ସାହୁ ପ୍ରମୁଖ ଯୋଗ ଦେଇ କମ୍ପାନୀ ର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗୁଡିକ ଉପରେ ଚର୍ଚ୍ଚା କରିଥିଲେ।ସଭା ରେ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିଲେ ଓ କ୍ଷୀର ସାଗର କୁମାର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ କମ୍ପାନୀ ନିର୍ଦ୍ଦେଶକ ଗୌରୀ ଦୀପ , ନିଳେନ୍ଦ୍ରୀ ସାହୁ କମ୍ପାନୀ ର ଲକ୍ଷ୍ୟ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ଓ କମ୍ପାନୀ ନିର୍ଦ୍ଦେଶକ ଜାତୀନ୍ଦ୍ର ନାଥ ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମ୍ପାନୀ ର ନିର୍ଦେଶକ ଭୁପିନ୍ଦର ଚୌଧୁରୀ, ବିରେନ୍ଦ୍ର ସାହୁ, ବାଲ୍ମୀକି ଛତ୍ରୀଆ ,ପ୍ରଦୀପ ଛତ୍ରୀଆ ଓ ଅନ୍ୟ ଚାଷୀ ମାନେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow