ରିଜର୍ଭ ବ୍ୟାଙ୍କ ତରଫ ରୁ ମ.ରାମପୁର ରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

Aug 18, 2024 - 11:25
 0  41
ରିଜର୍ଭ ବ୍ୟାଙ୍କ ତରଫ ରୁ ମ.ରାମପୁର ରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

କଳାହାଣ୍ଡି:(ଲୋକଆବାଜ.ଇନ ବ୍ୟୁରୋ)

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱର ର ମିଳିତ ସହଯୋଗ ରେ ମ.ରାମପୁର ବ୍ଲକ ର ସମ୍ମିଳନୀ ଗୃହ ଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା, ସମିତି ସଭ୍ୟ। ଶ୍ରୀମତୀ ପ୍ରତିମା ମାଝୀ , ମିଶନ ଶକ୍ତି ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ସତ୍ୟବାନ ସାହୁ, ଆଇ ଆଇ ଏଫ ଏଲ ପରିଚାଳକ ସୁନିଲ ପଧାନ, ଅଭିଷେକ ମିଶ୍ର,ଗାୟତ୍ରୀ ପୁଝାରୀ ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମ ଦାତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉଦ୍ ଘାଟନ କରିଥିଲେ।ଏହି କର୍ମଶାଳା ରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନ ରୁ ପାଇଥିବା ଋଣ ର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟ ର ଆୟ ରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମ ରେ ମମିତା ପୁଝାରୀ, ଶ୍ରୀମତୀ କୌଶଲ୍ୟା ସାହୁ, ବାସନ୍ତୀ ସାହୁ, ସବିତା ସ୍ବାଇଁ, ଗାୟତ୍ରୀ ପୁଝାରୀ, M B K ଓ ମିଶନ ଶକ୍ତି ର କର୍ମ କର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଏହି କର୍ମଶାଳା ରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ , ଗୋଷ୍ଠୀ ସହାୟିକା,ଚାଷୀ ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀ ରୁ ୬୯ ଜଣ ସଦସ୍ୟା / ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow