କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଚାଷୀ ଙ୍କ ହିତ ପାଇଁ ବାର୍ଷିକ ଯୋଜନା ପ୍ରସ୍ତୁତି

Apr 1, 2026 - 12:08
 0  338
କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା  ଚାଷୀ ଙ୍କ ହିତ ପାଇଁ ବାର୍ଷିକ ଯୋଜନା ପ୍ରସ୍ତୁତି

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ନନ୍ଦି କିଶୋର ଭୋଇଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା, ଏଥିରେ ପ୍ୟାକ୍ସ ସଭାପତି ଇନ୍ଦୁମତି ଭୋଇ ଙ୍କ ସଭାପତି ତ୍ୱ ରେ ସଭାରେ ବାର୍ଷିକ ବିବରଣୀ ଓ ଆୟ-ବ୍ୟୟ ରିପୋର୍ଟ ପଠନ କରାଯାଇଥିଲା। ଏହା ସହ ସାର, ବିହନ, ନୂତନ ଋଣ ଓ ବକେୟା ଋଣ ପୈଠ ସମ୍ପର୍କରେ ଚାଷୀମାନଙ୍କୁ ବିସ୍ତୃତ ଭାବେ ବୁଝାଯାଇଥିଲା।

ଅନ୍ୟପଟେ, ପ୍ୟାକ୍ସ ମାଧ୍ୟମରେ ନୂତନ ବ୍ୟବସାୟ ଆରମ୍ଭ ପାଇଁ ସରକାରଙ୍କୁ ଅନୁରୋଧ କରିବା ନେଇ ମଧ୍ୟ ସଭାରେ ଆଲୋଚନା ହୋଇଥିଲା।ସଭା ରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ଶଙ୍କର ସାହୁ, ଡିଇଓ ରମେଶ ସାହୁ ଓ ପ୍ୟାକ୍ସ କର୍ମଚାରୀ କୈଳାସ ଭୋଇ, ଧବଳେଶ୍ୱର ସାହୁ ସଭା ଆୟୋଜନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେପ୍ୟାକ୍ସ ଉପ ସଭାନେତ୍ରୀ ବନିତା ସାହୁ, ନିର୍ଦେଶକ ଭରତ ବେହେରା, ଖିରୋଦ ସାହୁ, ଆନନ୍ଦ ସାହୁ, ଟିକ ବାଗ, ସୁକୃ ରଣା ଓ ରଥ ରଣା ସଭାରେ ଯୋଗଦେଇ ବିଭିନ୍ନ ମତ ରଖିଥିଲେ। ଏହା ସହ ଆଦିବାସୀ ଚାଷୀ ନେତା ନନ୍ଦୀ କିଶୋର ଭୋଇ ଓ ନାଏବ ସରପଞ୍ଚ ରାଧେଶ୍ୟାମ ବାଗ ମଧ୍ୟ ସଭାରେ ଉପସ୍ଥିତ ଥିଲେ।ଚାଷୀ ବାଜେବନ ଭୋଇ, କୃଷ୍ଣ ନାଏକ, ଅଜର ବାଗ, ଧର୍ମାନନ୍ଦ କୁମାର, ଶିବ କୁମାର, ମଣ୍ଟୁ ନାଏକ, ଯୁଗ ସୁନା, ଅନନ୍ତ ସାହୁ, ମଦନ ସାହୁ, ଅଏବନ ଭୋଇ, ଅବେଳ ସାହୁ, ବିରଞ୍ଚି ମାଝୀ ଓ ସରୋଜ ବଗର୍ତି ଙ୍କ ସମେତ ଅନେକ ଚାଷୀ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ

What's Your Reaction?

like

dislike

love

funny

angry

sad

wow