ନିଖୋଜ କୁଲଦୀପଙ୍କ ଗଳିତ ଶବ ୨୧ ଦିନ ପରେ ଉଦ୍ଧାର ପରିବାର ଲୋକେ କଲେ ଚିହ୍ନଟ*

ସୁବର୍ଣ୍ଣପୁର-୨୩/୯- ଲୋକ ଆବାଜ .ଇନ(ମନୋରଞ୍ଜନ ତ୍ରୀପାଠୀ
ଗତ ସେପ୍ଟେମ୍ବର ୧ ତାରିଖ ରବିବାର ରାତିରେ ସୋନପୁର ମହାନଦୀ ପୋଲ ରୁ ଡେଇଁ ନିଖୋଜ ଥିବା ବଲାଙ୍ଗିର ଅଞ୍ଚଳ ର ଯୁବକ କୁଲଦୀପ ପାଢ଼ୀ ଙ୍କ ଗଳିତ ଶବ ଗତ କାଲି ବୀର ମହାରାଜ ପୁର ଅଗ୍ନିଶମ ବିଭାଗ ଠାବ କରିଛି ଓ ଆଜି ସକାଳେ ଉଦ୍ଧାର କରିବାରେ ସଫଳ ହୋଇଛି l ପ୍ରକାଶ ଥାଉ କି ଯେ ଘଟଣା ଦିନ ସୋନପୁର ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ମହାନଦୀ ପୋଲ ଉପରୁ ଏକ ଟିଭିଏସ ଆପାଚି ବାଇକ ଓଡି୦୩ଏଚ- ୨୮୨୪ ସହ ଏକ ହଳ ଜୋତା ଓ ଡିକି ରେ ଥିବା ମୋବାଇଲ ଉଦ୍ଧାର କରିଥିବା ଓ ପାଖରେ କେହି ନ ଥିବା ଦେଖିଥିଲେ। ଏ ନେଇ ପୋଲ ଉପରେ ବାଇକ୍ ରଖି କେହି ନଦୀକୁ ଡେଇଁଥିବା ସନ୍ଦେହ କରାଯାଇଥିବା ବେଳେ ପରେ ଯୁବକ ଜଣଙ୍କ ବଲାଙ୍ଗୀର ର ଓ ଟିଭି ଟିମ ର କୁଲଦୀପ ପାଢ଼ୀ ବୋଲି ଜଣା ପଡିଥିଲା। ପରେ ଫାୟାର ଓ ଓଡ୍ରାଫ୍ଟ ଟିମ ଦୁଇ ଦିନ ଧରି ନଦୀ ଗର୍ଭ ରେ ତଲାସି କରି ଥିବା ବେଳେ କୁଲଦୀପ ଙ୍କ କୌଣସି ପତ୍ତା ମିଳି ନ ଥିଲା। ପରେ ଯୁବକ ଜଣକ ପୋଲ ଉପରୁ ଡେଇଁଛନ୍ତି ନା କେଉଁ ଆଡ଼େ ଚାଲିଯାଇଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ି ନ ଥିବା ବେଳେ ସୋନପୁର ପୋଲିସ ତଦନ୍ତ ଚାଲେଇଥିବା ଆଇଆଇସି ରମେଶ କୁମାର ମାହାନା ପୁର୍ବରୁ କହିଥିଲେ। ଓ ବଲାଙ୍ଗୀର ପୋଲିସ ଏକ ନିଖୋଜ ପୋଷ୍ଟର ଜାରି କରିବା ସହ କୁଲଦୀପ ଙ୍କ ଖବର ପାଇଲେ ଜଣାଇବା ପାଇଁ ଏକ ନମ୍ବର ଜାରି କରିଥିଲା। କିନ୍ତୁ ଦୀର୍ଘ ୨୧ ଦିନ ପରେ ଗତକାଲି ରବିବାର ଅପରାହ୍ନରେ ବୀରମହାରାଜପୁର ଥାନା ଭୁଦବର୍ ମହାନଦୀରେ କିଛି ମତ୍ସ୍ୟଜିବୀ ମାଛ ଧରିବା ପାଇଁ ଯାଇଥିବା ବେଳେ ଝାଉଁ ଗଛ ଓ ପଥର ଚେପାରେ ଏକ ଗଳିତ ଶବ ଦେଖି ପୋଲିସ କୁ ଖବର ଦେଇଥିଲେ। ପରେ ସ୍ଥାନୀୟ ପୋଲିସ ଫାୟାର ବ୍ରିଗେଡ ସହାୟତାରେ ଘଟଣା ସ୍ଥଳକୁ ଯାଇ ଫଟୋ ପରିବାର ଲୋକଙ୍କୁ ପଠାଇବା ପରେ ତାହା କୁଲଦୀପ ଙ୍କ ଶବ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ଶବ ପଚିସଢି ଯାଇଥିବାରୁ ପରେ ବଲାଙ୍ଗୀର ରୁ ଓଡ୍ରାଫ୍ଟ ଟିମ୍ ଆସି ଆଜି ସୋମବାର ସକାଳୁ ଶବ କୁ ଉଦ୍ଧାର କରିଛନ୍ତି। ପରେ ବୀରମହାରାଜପୁର ପୋଲିସ ଶବର ପୋର୍ଷ୍ଟମଟମ୍ କରାଇବା ପରେ କୁଲଦୀପ ଙ୍କ ପରିବାର ଲୋକଙ୍କୁ ରେ ହସ୍ତାନ୍ତର କରିଥିବା ଜଣା ଯାଇଛି l
What's Your Reaction?






