କର୍ଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୧୮ ତମ ବାର୍ଷିକ ଉତ୍ସବ

Jan 5, 2025 - 19:33
Jan 6, 2025 - 06:35
 0  168
କର୍ଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୧୮ ତମ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୧୮ ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ସରସ୍ୱତୀଶିଶୁ ବିଦ୍ୟାମନ୍ଦିର ସଭାପତି ସୁଦର୍ଶନ ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ଶିଵ ପ୍ରସାଦ ବେହେରା ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଶିଶୁମନ୍ଦିର ର ସମ୍ପାଦକ କାହ୍ନୁ ଚରଣ ସାହୁ,ପ୍ରଧାନଆଚର୍ଯ୍ୟ ଶାନ୍ତନୁ ମିଶ୍ର ପ୍ରମୁଖ ଯୋଗ ଦେଇ ଉତ୍ତମ ମଣିଷ ତିଆରିରେ ଗୁରୁଜୀ ଗୁରୁମା ଙ୍କ ସହିତ ଅଭିଭାବକ ଅଭିଭାବିକା ମାନଙ୍କ ମଧ୍ୟ ସମାନ ଭୂମିକା ରହିଛି ବୋଲି କହିଥିଲେ।ଏଥିରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଭଉଣୀ ଭାଇ ଓ ସଫଳତା ପାଇଥିବା ପୁରାତନ ଭଉଣୀ ଭାଇ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଭଉଣୀ ଆରାଧ୍ୟା ଦାଶ୍ ସଂଯୋଜନା କରିଥିଲେ ଓ ପୁରସ୍କାର ବିତରଣ ସଭାରେ ଗୁରୁଜୀ ତୁମ୍ବେଶ୍ୱର ସାହୁ ସଂଯୋଜନା କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ଜତୀନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକା, ପରିଚାଳନା ସମିତିର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।ଭଉଣୀ ଭାଇ ମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲ।

What's Your Reaction?

like

dislike

love

funny

angry

sad

wow