କୁଇ ଲୋକ ସାହିତ୍ୟିକ ଲଳିତ ଙ୍କୁ ମିଳିଲା ପ୍ରତିଭା ସ୍ୱୀକୃତି ପତ୍ର

କର୍ଲାମୁଣ୍ଡା:ଲୋକ ଆବାଜ.ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)
ଓଡିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ଵରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଠାରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ୍ ମସ୍କାଦାଣ୍ଡି ଗ୍ରାମର ଆଦିବାସୀ ଲୋକଗୀତ ଲେଖକ ତଥା କଣ୍ଠଶିଳ୍ପୀ ଲଳିତ ମୋହନ ଭୋଇ ଙ୍କୁ ଆଦିବାସୀ ଭାଷା ଓ ସଂସ୍କୃତିଏକାଡେମୀ ଦ୍ଵାରା କୁଇ ଲୋକ ସାହିତ୍ୟିକ, କଣ୍ଠଶିଳ୍ପୀ, କଳାକାର ଓ ଗୀତିକାର ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିଭା ସ୍ୱୀକୃତି ପତ୍ର ପ୍ରଦାନ ସହ ସମ୍ମାନିତ କରିଥିଲେ। ଲଳିତ ମୋହନ ଭୋଇ ଜଣେ ଉଚ୍ଚକୋଟୀର ଆଦିବାସୀ ଲୋକ ଗୀତ କବି ଓ କଣ୍ଠଶିଳ୍ପୀ ଭାବେ ସମଗ୍ର ପଶ୍ଚିମ ଓଡ଼ିଶାରେ ଚର୍ଚ୍ଚିତ ଓ ପରିଚିତ । ଏହା ବ୍ୟତୀତ ସେ ମଞ୍ଚ ସଂଚାଳକ, ନୃତ୍ୟ ନିର୍ଦ୍ଦେଶକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ଠୀକ ସେହିପରି ନର୍ଲା ବ୍ଲକ ଉଲିସିର୍କା ଗ୍ରାମ ର ମହିଳା ସମାଜ ସେବୀ ଶାନ୍ତି ମାଝୀ ମଧ୍ୟ ସମ୍ମାନ୍ନିତ ହୋଇଛନ୍ତି।
What's Your Reaction?






