କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ସଫଳ ଆୟୋଜନ ନେଇ ସମ୍ବର୍ଦ୍ଧନା ସଭା।

Mar 13, 2025 - 20:28
 0  30
କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ସଫଳ ଆୟୋଜନ ନେଇ ସମ୍ବର୍ଦ୍ଧନା ସଭା।

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍ (ସନତ କୁମାର ପ୍ରଧାନୀ)

ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ର ସଫଳତାର ସହିତ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭା ଧର୍ମଗଡ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଧର୍ମଗଡ ଉତ୍ସବ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ଧୀମାନ ଚକମା ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ଡିଏସପି ମନୋଜ କୁମାର ବେହେରା, ତହସିଲଦାର ସଞ୍ଜୟ କୁମାର ସାମନ୍ତରା,ଅତିରିକ୍ତ ଜିଲ୍ଲାପାଳ ଅଜୟ କୁମାର ତିର୍କି, ଅତିରିକ୍ତ ଉପଜିଲ୍ଲାପାଳ ଅଜିତ କୁମାର ମେହେର ତଥା ଉତ୍ସବ କମିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ସଫଳତାର ସହିତ ଅନୁଷ୍ଠିତ ହେବା ନେଇ ସମସ୍ତଙ୍କୁ ଉପଜିଲ୍ଲାପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଧର୍ମଗଡ ବୈଠକ ରେ ଯୋଗଦେବା ସହ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ର ସାଂସ୍କୃତିକ ଦଳ ଓ ତିନି ଦିନ ଧରି ଷ୍ଟାର ପ୍ରୋଗ୍ରାମ ଧର୍ମଗଡ ପଠାଇଥିବା ରୁ ତାଙ୍କୁ ଧନ୍ୟବାଦ୍ ଦିଆଯାଇଥିଲା।

ଏହି ଅବସରରେ ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ର ସଫଳତାର ସହ ଆୟୋଜନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିବା ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଉତ୍ସବ କମିଟି ର କର୍ମକର୍ତ୍ତା ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ଉତ୍ସବ ପାଳନର ସଫଳ ରୂପାୟନ ଦିଗରେ କର୍ମକର୍ତ୍ତାଙ୍କ ପରିଶ୍ରମ, ସହଭାଗୀତା ଏବଂ ଉପଯୁକ୍ତ ପରାମର୍ଶକୁ ସମ୍ମାନ ଜଣାଇ ଧର୍ମଗଡ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ବିଭିନ୍ନ ଉପ କମିଟି ର କର୍ମକର୍ତ୍ତା ଓ ସରକାରୀ ପଦାଧିକାରୀ ଙ୍କୁ ପ୍ରଶଂସା ପତ୍ର ସହ ଉପଢୌକନ ଦେଇ ସମ୍ମାନୀତ କରିଥିଲେ।

What's Your Reaction?

like

dislike

love

funny

angry

sad

wow