କଳାହାଣ୍ଡି ଚିତ୍ର ଶିଳ୍ପୀ କଳାକାର ସଂଘ... କର୍ଲାମୁଣ୍ଡା ଜୋନ୍ ର ସାଧାରଣ ବୈଠକ
କର୍ଲାମୁଣ୍ଡା:୩୦/୬( ଲୋକ ଆବାଜ୍.ଇନ୍ /ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ. ମାଲପଡା ଧାନ ମଣ୍ଡି ପରିସରରେ କଳାହାଣ୍ଡି ଚିତ୍ର ଶିଳ୍ପୀ କଳାକାର ସଂଘ ର କର୍ଲାମୁଣ୍ଡା ଜୋନ୍ ର ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା।
ଏଥିରେ କର୍ଲାମୁଣ୍ଡା ବ୍ଲକ ଚିତ୍ର ଶିଳ୍ପୀ କଳାକାର ସଂଘ ସଭାପତି ଉତ୍ତମ ସୁନା ଙ୍କ ସଭାପତିତ୍ଵ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ କଂଗ୍ରେସ ସଭାପତି ସୁରେଶ ଚୌଧୁରୀ, ମୂଖ୍ୟ ବକ୍ତା ଭାବେ କଳାହାଣ୍ଡି ଚିତ୍ର ଶିଳ୍ପୀ କଳାକାର ସଂଘ ସଭାପତି ହିମାଂଶୁ ଶେଖର ନାଏକ, ସମ୍ମାନୀତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ପ୍ରଦୀପ କୁମାର ସାହୁ, ଜିଲ୍ଲା କାର୍ଯ୍ଯ କମିଟିର ସଭ୍ୟ ଶିବ ଶଙ୍କର ସା , କର୍ଲାମୁଣ୍ଡା ବ୍ଲକ୍ ସଂଯୋଜକ ବସନ୍ତ କୁମାର ବାଗ ପ୍ରମୁଖ ଯୋଗ ଦେଇ ଚିତ୍ର ଶିଳ୍ପୀ ମାନଙ୍କୁ ସଙ୍ଗଠିତ ହେବା ସହ ଚିତ୍ର ଶିଳ୍ପୀ କିଭଳୀ ଲେବର କାର୍ଡ ସହିତ ବିଶ୍ୱକର୍ମା ଯୋଜନା ରେ ସାମିଲ ହୋଇ ପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ। ଏହି ଅବସରରେ ସମସ୍ତ ଚିତ୍ର ଶିଳ୍ପୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ରେ ସଂଘ ର ସଂପାଦକ ସୁରେଶ ସାହୁ ସଂଯୋଜନା କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ର ଶିଳ୍ପୀ ଜିବର୍ଦ୍ଧନ ସାହୁ, ସତ୍ୟ କୁମାର୍, ସଞ୍ଜୟ ରଣା, ସଙ୍ଗୀତ ସାହୁ, ତିରନ୍ ମାଝୀ, ଅନନ୍ତ ବାଗ, ଦିଲ୍ଲୀପ୍ ବାଗ, ବୃନ୍ଦା ମାଝୀ, ମନୋଜ ସୁନା, କବିରାଜ ସାହୁ, ଯୁଗିଲାଲ ସାହୁ, ବସୁଦେବ ସାହୁ, ଗଣେଷ ବେହେରା, ହେମାନନ୍ଦ ସାହୁ, ସୁଶାନ୍ତ ପୁଟେଲ୍, କୈଳାଶ ଧରୁଆ, ଜୟ ରାମ ସାହୁ, ହିତେଶ କୁମାର ନାଗ, ବରୁଣ ସାହୁ ଙ୍କ ସମେତ ସଙ୍ଘ ର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ
।
What's Your Reaction?