ସ୍ମୃତି ହୋଇ ରହିଗଲେ ମାତେଶ୍ରୀ ।
ନୂଆପଡ଼ା - ୦୧-୭- ଲୋକ ଆବାଜ୍.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ତରାପୁର ଗ୍ରାମର ଆକବର ସଗରିଆ ଓ କ୍ଷିରାଦ୍ରି ସଗରିଆଙ୍କ ଝିଅ ମାତେଶ୍ରୀ ସଗରିଆଙ୍କ ନିଜ ଘରେ ଗତ ରାତି ୧୦ଟା ବେଳକୁ ହଠାତ୍ ରକ୍ତଚାପ କମିଯାଇ ଏକ ଛୋଟିଆ ବାନ୍ତି ହେଲା,ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା ତେଣୁ ତାଙ୍କୁ ଖରୀଆର ହସ୍ପିଟାଲ ସ୍ଥାନାନ୍ତର କରାଗଲା ସତ କିନ୍ତୁ ଭାଗ୍ୟର ବିଡମ୍ବନା ସେତେ ବେଳକୁ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା ।
ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସ୍ବର୍ଗତ ମାତେଶ୍ରୀ ଶ୍ରୀଜଗନ୍ନାଥ ନର୍ସିଂ କଲେଜ ଖରୀଆରରୋଡରେ ବି ଏସ ସି ନର୍ସିଂ ଶେଷ ବର୍ଷର ଛାତ୍ରୀ ଥିଲେ ।ସେ ୦୧-୪-୨୦୦୫ ଦିନ ଜନ୍ମଲାଭ କରି ୦୧-୭-୨୦୨୬ ଦିନରେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ତଥା ବନ୍ଧୁବାନ୍ଧବ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି ।ଗାଁରେ ଶୋକର ଛାୟା ଖେଳିଯାଇଛି ।
What's Your Reaction?