ଯୁବକଙ୍କ ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ସନ୍ଧେହ

Sep 29, 2024 - 07:33
 0  110
ଯୁବକଙ୍କ ମୃତ ଦେହ ଉଦ୍ଧାର,  ପରିବାର ପକ୍ଷରୁ ହତ୍ୟା ସନ୍ଧେହ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଲମ୍ବସରି ଗ୍ରାମ ପଂଚାୟତ ଅନ୍ତର୍ଗତ ବେହେରାପଡା ଗ୍ରାମର ବାଲ୍ମୀକି ବଣ୍ଡକି ଙ୍କ ପୁଅ ଜ୍ୟେଷ୍ଠ ବଣ୍ଡକିତାଙ୍କପାଖ ମାର୍ଡୁଲ ଗ୍ରାମର ଦଶରଥ ଙ୍କସାଙ୍ଗରେ କୌଣସି କାମରେଗୁରୁ ବାର ଦିନ କନ୍ଧମାଳ ଅଂଚଳକୁ ଯାଇଥିଲେ l ଜ୍ୟେଷ୍ଟ ବଣ୍ଡକି ଘରକୁ ଫେରିନ ଥିଲେl ଦଶରଥ ଶୁକ୍ରବାରଦିନ ବେହେରାପଡା କୁ ଆସି ଜ୍ୟେଷ୍ଟ ବଣ୍ଡକୀର ପରିବାର ଲୋକଙ୍କୁ କହିଲା ଆମେ ପୁଲିସ କୁଦେଖି ଜ୍ୟେଷ୍ଠ ବଣ୍ଡକି ଜଙ୍ଗଲ ଆଡେ ପଲlଳେ ତାର ମୋବାଇଲ ଜ୍ୟେଷ୍ଟ ବଣ୍ଡକିର ପରିବାର ଲୋକଙ୍କୁ ଦେଲା ଓ ଜେଷ୍ଟକୁ ଖୋଜିଯିବାକୁଦଶରଥ କହିଲା l ଏହାପରେ ଜ୍ୟେଷ୍ଟ ର ବାପା,ଭାଇ, ଓ ଦଶରଥ ଜ୍ୟେଷ୍ଟ କୁ ଖୋଜିବାକୁ କନ୍ଧମାଳ ଅଞ୍ଚଳ ର ଲୁଇସିଂଅଞ୍ଚଳ କୁ ଯାଇ ଖୋଜା ଖୁଜି ପରେ ଶୁକ୍ରବାର ଦିନ କୌଣସି ଏକ ଗ୍ରାମରେ ସନ୍ଧ୍ୟା ହେବାରୁ ସେହିଗ୍ରାମରେ ସମସ୍ତେ ରହିଲେl ରାତିରେ ସଦାନନ୍ଦ ଚମ୍ପଟ ମାରିଥିଲା ସକାଳୁ ଜେଷ୍ଟ ର ବାପାଭାଇ ଦଶରଥ କୁ ନ ଦେଖି ସେହିଗ୍ରାମର ଲୋକମାନଙ୍କୁ ଏହିସବୁ ବିଷୟରେ କହିବାରୁ ଫିରିଙ୍ଗିଆ ବ୍ଲକର ଲୋଇସିଂଗ୍ରାମ ପଂଚାୟତ ର ଭାଟୁଲ ଓ ଗଡ୍ରମା ମଝିରେ ଥିବା ଜଙ୍ଗଲରେ ଜଣଙ୍କ ମୃତ ଦେହ ପଡ଼ିଥିବା ସେହି ଗ୍ରାମର ଲୋକମାନେକହିଲେ ଏହାଶୁଣି ଜେଷ୍ଟର ବାପା, ଭାଇ, ସେଯାଗାକୁ ଯାଇ ଜ୍ୟେଷ୍ଟ ର ମୃତ ଦେହ ଦେଖି ପରିବା ର ଲୋକଙ୍କୁ ଖବର ଦେଇଥିଲେl ଖବର ପାଇଲା ପରେ ଘଟଣା ସ୍ଥଳକୁ ଗ୍ରାମର ଜ୍ୟେଷ୍ଟ ର ସମ୍ପର୍କୀୟ ମାନେ ଯାଇ ଥିଲେ l

What's Your Reaction?

like

dislike

love

funny

angry

sad

wow