କାଟିଙ୍ଗିଆ ଅଞ୍ଚଳ କୁ ମଦ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଲେ ଆଞ୍ଚଳିକ ମହିଳା ସଙ୍ଗଠ

Aug 23, 2024 - 09:43
 0  21
କାଟିଙ୍ଗିଆ ଅଞ୍ଚଳ କୁ ମଦ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଲେ ଆଞ୍ଚଳିକ ମହିଳା ସଙ୍ଗଠ

କନ୍ଧମାଳ: ଲୋକ ଆବାଜ୍.ଇନ(ପ୍ରମୋଦ କୁମାର ଦଣ୍ଡସେନା) :

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତ ରେ ଦିନକୁ ଦିନ ବେ ଆଇନ ଦେଶୀ ମହୁଲି ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି, ବିଶେଷ କରି ନାବାଳକ ମାନେ ନିଶା ଶକ୍ତ ଅବସ୍ଥାରେ ବିଭନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ପୁରୁଷ ମାନେ ମଦ୍ୟପ ପାନ କରି ପରିବାର ମାନଙ୍କ ରେ କଳହ ସୃଷ୍ଠି କରୁଛନ୍ତି, ଅନେକ ସମୟରେ ଅକାଳ ମୃତ୍ୟୁ ର ଶିକାର ହେଉଥିବା ଅଭିଯୋଗ ହୋଇଛି। 


 କାଟିଙ୍ଗିଆ ପଞ୍ଚାୟତ କୁ ମଦମୁକ୍ତ କରିବା ପାଇଁ ଆଞ୍ଚଳିକ ମହିଳା ସଂଗଠନ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଛି, ଗୁରୁବାର ଦିନ ସଙ୍ଗଠନ ର ସଭାନେତ୍ରୀ ଯlଜ୍ଞସିନି ମଲ୍ଲିକ, ସମ୍ପାଦିକା ସୁମତି ପାଢ଼ୀ ଓ ସରପଞ୍ଚ ଶୁଭଦ୍ରା ପଡରା ଙ୍କ ନେତୃତ୍ୱ ରେ ମହିଳା ମାନେ ବ୍ରାହ୍ମଣୀଗାଁ ଥାନା କୁ ଆସି ମଦ କାରବାର ବନ୍ଦ କରିବା ପାଇଁ ଏକ ଲିଖିତ ଦାବିପତ୍ର ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି। ମହିଳା ମାନେ ମଦ ବିକ୍ରି କରୁଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କ ତାଲିକା ପ୍ରଦାନ କରିଛନ୍ତି ଏବଂ ମହିଳା ମାନେ କହିଛନ୍ତି କି ମଦ ବେପାରୀ ମାନେ ଖୋଲାଖୋଲି ମଦ ବିକ୍ରୀ କରୁଛନ୍ତି ଏଵଂ ସାହସ ର ସହ କହୁଛନ୍ତି କି ପୋଲିସ୍ କୁ ଆମେ ମାସୁଆରୀ ଦେଉଛୁ ତୁମେ ଯେତେ ଅଭିଯୋଗ କଲେ ବି ଆମ ର ଡରିବାର ନାହିଁ ବୋଲି ଓଲଟା ମା ମାନଙ୍କୁ ଧମକ ଦେଉଛନ୍ତି। ଯଦିଓ ବେଆଇନ ମଦ କାରବାର ବନ୍ଦ କରିବା ରେ ପ୍ରଶାସନ ସହଯୋଗ ନ କଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗ ପାଇବା ପରେ ମା ସଂଘ ର ସହଯୋଗ ରେ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଚିରଞ୍ଜିବୀ ବେହେରା ପ୍ରତିଶ୍ରୁତି ଦେଇଛନ୍ତି।

What's Your Reaction?

like

dislike

love

funny

angry

sad

wow