୩ ଜିଲ୍ଲାରେ ମାଓ ବିରୋଧି ଅପରେସନ ହେବ ଜୋରଦାର - ଡି ଜି ପି

Oct 17, 2024 - 20:11
 0  99
୩ ଜିଲ୍ଲାରେ ମାଓ ବିରୋଧି ଅପରେସନ ହେବ ଜୋରଦାର - ଡି ଜି ପି

କନ୍ଧମାଳ: ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

  କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ମାଓ ବିରୋଧୀ ଅପରେସନ ଜୋରଦାର କରାଯିବ ଏବଂ ସେମାନଙ୍କୁ ନିର୍ମୂଳ କରାଯିବ। ବେଆଇନ ଗଞ୍ଜେଇ ଚାଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୟୋଗେଶ ବାହାଦୂର ଖୁରାନିଆ। ବେଆଇନ ଗଞ୍ଜେଇ ଚାଷରେ ଲିପ୍ତ ଥିବା ଲୋକଙ୍କୁ ମଧ୍ୟ ଏଥିରୁ ନିବୃତ ରହିବାକୁ ଅପିଲ କରିଛନ୍ତି ଡିଜିପି। କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତର ଆଜି ଦ୍ୱିତୀୟ ତଥା ଶେଷ ଦିନରେ ଫୁଲବାଣୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ଏପରି କହିଛନ୍ତି DGP ୱା ବି ଖୁରାନିଆ।

 ୩ ଜିଲ୍ଲା ଏସ ପି ଙ୍କ ସହ ଫୁଲବାଣୀରେ ସମୀକ୍ଷା କରିବା ସହିତ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଓ କ୍ୟାମ୍ପ ଗସ୍ତ କରିଛନ୍ତି ଡି ଜି ପି। ଡିଜିପି ଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ବରିଷ୍ଠ ପୋଲିସ ଅଧିକାରୀ ଦଳ ରହିଛନ୍ତି। ଆଇଜି ଅପରେଶନ ଜୟ ନାରାୟଣ ପଙ୍କଜ,ଏସଆଇଡବ୍ଲ୍ୟୁ ଡିଆଇଜି କନୱର୍ ବିଶାଲ ସିଂ, ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସାର୍ଥକ ଷଡଙ୍ଗୀ, ବୌଦ୍ଧ ଏସପି ନଟରାଜ ଦେବର୍କୁଣ୍ଡା, କଳାହାଣ୍ଡି ଏସପି ଅଖିଳେଶ ଜି. ଓ କନ୍ଧମାଳ ଏସପି ହରିଶ ବି ସି ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା ଓ ସମୀକ୍ଷା କରିଥିଲେ dgp। ପରେ BSF ଓ CRPF ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସଫଳ ଅପରେସନରେ ସାମିଲ୍ ଏସଓଜି କମାଣ୍ଡୋ ଓ BSF ର ଯବାନଙ୍କ ସହିତ ସ୍ଵତନ୍ତ୍ର ମୁଲାକାତ ଓ ବାତ୍ ଚିତ୍ କରିଥିଲେ DGP ଖୁରାନିଆ ଏବଂ ସେମାନଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ।ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୟୋଗେଶ ବାହାଦୂର ଖୁରାନିଆ ଗତକାଲି ଫୁଲବାଣୀ ରିଜର୍ଭ ଅଫିସରେ ପ୍ରଥମେ ଆଲୋଚନା କରିବା ପରେ ବାଲିଗୁଡା ଥାନା ଅଂଚଳର ଖମନଖୋଲ,ବାରଖମା, ସୁଡରା,କୁର୍ତମଗଡ ଓ ଫିରିଙ୍ଗିଆ ଥାନା ଅଞ୍ଚଳ ଓ ଗୋଛାପଡ଼ା ପ୍ରଭୃତି କେନ୍ଦ୍ରୀୟ ପୋଲିସ ବଳର କ୍ୟାମ୍ପ ପରିଦର୍ଶନ କରି ସି ଆର୍ ପି ଏଫ୍, ବି ଏସ ଏଫ୍ ର ଅଧିକାରୀଙ୍କ ସହିତ ମାଓ ମୁକାବିଲା ନେଇ ସମୀକ୍ଷା କରିଥିଲେ।

What's Your Reaction?

like

dislike

love

funny

angry

sad

wow