*କାଳୀ ପୂଜା ଅବସରରେ ରକ୍ର ଦାନ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର-

Nov 10, 2024 - 22:41
 0  6
*କାଳୀ ପୂଜା ଅବସରରେ ରକ୍ର ଦାନ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର-

ସୋନପୁର : ଲୋକ ଆବାଜ.ଇନ୍(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

- ୫୬ ତମ କାଳୀ ପୂଜା ତଥା ସହିଦ୍ ଯବାନ ସଚିନ କୁମାର ସାହୁ ଓ ପ୍ରତାପ ନାଏକ ଙ୍କ ସ୍ମୃତି ଅବସରରେ ଆଜି ସୋନପୁର ମଝିପଡା ରମଧୁନ୍ କ୍ଳବ ପକ୍ଷରୁ ଏକ ରକ୍ତ ଦାନ ଶିବିର ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣ ପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ ଯୋଗ ଦେଇ ଏହାକୁ ଉଦ୍ଘାଟନ କରି ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ l ଓ ରକ୍ତ ର ସଙ୍କଟ ସମୟ ରେ ରାମଧୁନ କ୍ଳବ୍ ର ଏଭଳି ଉଦ୍ୟମ ଅନେକ ରୋଗୀ ଙ୍କ ଜୀବନ ବଞ୍ଚାଇବ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସି ଡି ଏମ ଓ ଡା ପ୍ରଦୀପ ଗୁରୁ ସମାଜସେବୀ ଶ୍ରବତ୍ସ ମଲ୍ଲିକ, ପୁର୍ବତନ କାଉନସିଲର କଇରୁ ସ୍ବାଇଁ ଯୋଗ ଦେଇ ରକ୍ତ ଦାତା ଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ l ସମୁଦାୟ ୪୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ୬୧ ଜଣ ଚକ୍ଷୁ ପରୀକ୍ଷା କରିଥିଲେ l ସେଥି ମଧ୍ୟରୁ ୬ ଜଣ ରୋଗୀ ଙ୍କ ଅସ୍ତ୍ରୋ ପ୍ରଚାର ପାଇଁ ପଠାଯାଇଛି l ଏଡଭୋକେଟ ଚମ୍ପେଶ୍ୱର୍ ଥାନପତି , କ୍ଳବ୍ ର ଉପଦେଷ୍ଟା ପଦ୍ମନାଭ ପାଢ଼ୀ, ଭୁକୁଲୁ ବକ୍ସି, ଶେଷ ଦେବ ମେହେର, ଲଡ଼ୁ କିଶୋର ମଲ୍ଲିକ ମଞ୍ଚ ରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଆୟୋଜକ କମିଟି ପରାମର୍ଶ ଦାତା ପୀୟୂଷ ପଣ୍ଡା, ବିକାଶ ପଣ୍ଡା ଙ୍କ ତତ୍ତ୍ଵl ବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ସଭା ସଂଯୋଜନା କରିଥିଲେ l ପୂଜା କମିଟି ସଭାପତି ପୁରେନ୍ଦ୍ର ନାଏକ, ଉପ ସଭାପତି ବୁବୁନ ନାଏକ, ସମ୍ପାଦକ ସୁରଜ୍ ସାହୁ, ସହ ସମ୍ପାଦକ ଚନ୍ଦନ ସାହୁ, କୋଷାଧ୍ୟକ୍ଷ ରାଜୀବ ସାହୁ ସହଯୋଗ କରିଥିଲେ l ଡ଼ା ସରୋଜ ପଟେଲ, ବ୍ଲଡ ବ୍ୟାଙ୍କ ଟେକ୍ନି ସିଆନ ଜଗତ ଦରୁୱାନ, ଟିଟୁ ଭୋଇ , ମୂନା ନାଏକ ପ୍ରମୁଖ ରକ୍ତ ଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିବା ବେଳେ କ୍ଳବ୍ ଓ ପୂଜା କମିଟି ର ସମସ୍ତ ସଭ୍ୟ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow