କୋକସରା ସି ଏଚ ସି ରୁ ଗଡ଼ିଲା ଡେଙ୍ଗୁ ସଚେତନତା ରଥ।

Sep 21, 2024 - 17:52
 0  5
କୋକସରା ସି ଏଚ ସି ରୁ ଗଡ଼ିଲା ଡେଙ୍ଗୁ ସଚେତନତା ରଥ।

କୋକସରା :ଲୋକ ଆବାଜ ଇନ(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )

ଏଡିଶ ମଶା ଯୋଗୁଁ ଡେଙ୍ଗୁ ରୋଗ ବ୍ୟାପିଥାଏ, ଏହି ମଶା ରୁ କେମିତି ସୁରକ୍ଷିତ ରହିବା ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନତା ସୃଷ୍ଟି ଅଭିଯାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଡେଙ୍ଗୁ ରୋଗ ସଚେତନତା ଅଭିଯାନ ରଥ କୁ ଭାରପ୍ରାପ୍ତ ଡ଼. ତତ୍ଵଦର୍ଶୀ ଦାସ ସମେତ ସି ଏଚ ସି ର କର୍ମଚାରୀ ମାନେ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ବ୍ଲକ ର ୨୨ ପଞ୍ଚାୟତ ରେ ଡେଙ୍ଗୁ ରୋଗ ନିରାକରଣ ଓ ସଚେତନତା ନେଇ ଲୋକଙ୍କୁ ବାର୍ତ୍ତା ଦେବ। ଉଦଘାଟନ କାର୍ଯ୍ୟକ୍ରମ ରେ ସି ଏଚ ସି ର ପିଏଚ ଇଓ ଶର୍ମିଳା ଛାତ୍ରୀଆ, ବିପିଏମ ସୁରଜିତ ସିଂ କୁମାର, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର,ସ୍ୱାସ୍ଥ୍ୟ କର୍ମି ନୀଳମଣି ଖମାରି, ସିଏଚଓ,ମହିଳା ସ୍ୱାସ୍ଥ୍ୟ କର୍ମି, ତିଲୋତ୍ତମା ମାଝୀ,କେଶବ କାଣ୍ଡ ଆଶା କର୍ମି ମାନେ ଉପସ୍ଥିତ ରହି ଥିଲେ।

What's Your Reaction?

like

dislike

love

funny

angry

sad

wow