ବାବାସାହେବ ଆମ୍ବେଦକରଙ୍କ ନାମକୁ ଗୃହମନ୍ତ୍ରୀଙ୍କ ପାର୍ଲ୍ୟାମେଣ୍ଟରେ ତାତ୍ସଲ୍ୟ ପ୍ରତିବାଦରେ ଜିଲ୍ଲା କଂଗ୍ରେସର ରାଲି।
କଳାହାଣ୍ଡି,ଲୋକ୍ ଆବାଜ୍.ଇନ୍(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-
ସଦ୍ୟ ସମାପ୍ତ ହୋଇଥିବା ପାର୍ଲ୍ୟାମେଣ୍ଟର ଶୀତକାଳୀନ ଅଧିବେଶନରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଲୋଚନା ବେଶ୍ ସରଗରମ ହୋଇଥିଲା । ଗତ ୧୭ ତାରିଖ ଦିନ ଆଲୋଚନାରେ ଅଂଶ ଗ୍ରହଣକରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ବିରୋଧୀ ଦଳ ମେଣ୍ଟ ସମ୍ବିଧାନ ନିର୍ମାତା ବାବାସାହେବଙ୍କ ନାମକୁ ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ଉଚ୍ଚାରଣ କରୁଥିଲେ। ଇତ୍ୟବସରରେ ଶାସକ ଦଳ ପକ୍ଷରୁ ଗୃହମନ୍ତ୍ରୀ ଶ୍ରୀ ଶାହା ତାଙ୍କ ବକ୍ତବ୍ୟରେ "ଆମ୍ବେଦକର... ଆମ୍ବେଦକର.. ଆମ୍ବେଦକର ଉଚ୍ଚାରଣ କରିବା ବିରୋଧୀ ଦଳର ଫେସନ୍ ହୋଇ ଗଲାଣି ବୋଲି ତାତ୍ସଲ୍ୟ କରି କହିବା ସହିତ, ଯଦି ଏହିଭଳି ଭାବେ ଭଗବାନଙ୍କ ନାଁ ଉଚ୍ଚାରଣ କରନ୍ତେ ତେବେ ସାତ ଜନ୍ମର ସ୍ଵର୍ଗ ପ୍ରାପ୍ତି ହୋଇଥାନ୍ତା" ବୋଲି କହିଥିଲେ । ଶାହାଙ୍କ ଏଭଳି ତାତ୍ସଲ୍ୟକୁ ନେଇ ବିରୋଧୀ ଦଳ ଦୃଢ଼ ବିରୋଧ କରିଥିଲେ । ସେମାନେ ବାବାସାହେବ ଦେଶର କୋଟିକୋଟି ଅବହେଳିତ ନିଷ୍ପେସିତ ଅତ୍ୟାଚାରିତ ଶୋଷିତ ସମାଜର ଲୋକଙ୍କୁ ସମ୍ବିଧାନ ବଳରେ ମୁକ୍ତି ପ୍ରଦାନ କରିଛନ୍ତି ଓ ମଣିଷ ଭଳି ବଞ୍ଚିବାର ଅଧିକାର ଦେଇଛନ୍ତି ବୋଲି କହିଥିଲେ ଓ ବାବାସାହେବ କୌଣସି ଭଗବାନଙ୍କ ଠାରୁ କମ୍ ନୁହଁନ୍ତି ବୋଲି କହିଥିଲେ । ଏହା ପରଠାରୁ ସମଗ୍ର ଦେଶରେ ବିରୋଧୀ ଦଳ ଓ ବିଭିନ୍ନ ସଂଗଠନ ତଥା ଶୋଷିତ ସମାଜ ଗୃହମନ୍ତ୍ରୀଙ୍କୁ କ୍ୟାବିନେଟ୍ ରୁ ତୁରନ୍ତ ବହିଷ୍କାର ଓ ଇସ୍ତଫା ଦେବାକୁ ଦାବି ଜୋର ଧରିଛି। ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ପରମାନନ୍ଦପୁର ରେଳଷ୍ଟେସନ ଛକ ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରାଲି ବାହାରିଥିଲା।ଏହାର ନେତୃତ୍ଵ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତଚରଣ ଦାସ ନେଇଥିବା ବେଳେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ, ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ,ନାରୀ ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମାଝୀ,ଛାତ୍ର ସଭାପତି ସୁଶାନ୍ତ କୁମାର ପ୍ରଧାନୀ, ସରୋଜ ନାଏକ,ମୂରଲୀଧର ନାଏକ ,ସୁବାଷ ପ୍ରଧାନ, ଜଳନ୍ଧର ନାଏକ,ପ୍ରୀତମ୍ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଦଳ ପକ୍ଷରୁ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ ।
What's Your Reaction?