କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ
କର୍ଲାମୁଣ୍ଡା:ଲୋକ ଆବାଜ. ଇନ/ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଜୋରାଡ଼ବରା କ୍ଲଷ୍ଟର ଟେର୍ଚାପଲା ପ୍ରାଥମିକ ବିଦ୍ୟାଳୟ ଠାରେ ବୁଧବାର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତହୋଇଯାଇଛି।ଏହି ଅବସରରେ ଜୋରାଡ଼ବରା କ୍ଲଷ୍ଟର ର ୧୧ ଟି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କ ଅଂଶ ଗ୍ରହଣ ରେ ୧୨ ପ୍ରକାର ପ୍ରତିଯୋଗିତା ହୋଇଥିଲା। ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ଟେର୍ଚାପଲା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡମ୍ବରୁ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସୁବୋଧ କୁମାର ଶତପଥି, ସମ୍ମାନିତ ଅତିଥି ଭାବେ ଟେର୍ଚାପଲା ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ଡିଙ୍ଗର ମାଝୀ, ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ,ଅଧ୍ୟାପକ ପିତାମ୍ବର ସାହୁ, ସାମ୍ବାଦିକ ପ୍ରଦୀପ କୁମାର ସାହୁ,ସ୍ବେଚ୍ଛାସେବୀ ଭୁପିନ୍ଦର ଚୌଧୁରୀ, ସିଆରସିସି ଯୁଗଳ କିଶୋର ନାଗ,ଟେର୍ଚାପଲା ପରିଚାଳନା କମିଟିର ଅଧ୍ୟକ୍ଷ ମହେଶ୍ୱର ମାଝୀ, ଜୋରାଡ଼ବରା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତରୁଣ ଜାନୀ ପ୍ରମୁଖ ଯୋଗ ଦେଇ ଲୁକ୍କାୟିତ ପ୍ରତିଭା ଚିହ୍ନଟ ପାଇଁ ହେଉଥିବା ସୁରଭି କାର୍ଯ୍ୟକ୍ରମ କୁ ପ୍ରସଂଶା କରିବା ସହ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରିଥିଲେ।
ପୁରସ୍କାର ବିତରଣ ସଭା କାର୍ଯ୍ୟ ରେ ଶିକ୍ଷକ ପ୍ରଫୁଲ୍ଲ ବଡ଼ମାଳି ସଂଯୋଜନା କରିଥିବା ବେଳେ ପଦ୍ମନାଭ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଟେର୍ଚାପଲା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପପୁ କୁମାର, ଜିତେନ୍ଦ୍ର ନାଗ, ଶିକ୍ଷୟିତ୍ରୀ ମଞ୍ଜୁଳା ନନ୍ଦ ,ଧରିତ୍ରୀ ଜାନୀ,ଦାଶ ରଥି ଭୋଇ,ମାମି ସାହୁ,ପଙ୍କଜ ସାହୁ,ଯୁଗେଶ୍ୱର ସାହୁ,ଦିଲୀପ କୁମାର ସାହୁ,କାଶୀ ନାଥ ମିଶ୍ର,ସଞ୍ଜୟ ମାଝୀ, ରିତା ନାଏକ,ଲିଜାରାଣୀ ସାହୁ,ସୁଷମା ମାଝୀ, କବିରାଜ ସାହୁ,ଅଞ୍ଜଳି ଜାନୀ,ଅଙ୍କିତା ମହାକୁର,ଧର୍ମୁ ସେନାପତି, ଐଶ୍ଚର୍ଯ୍ୟ ସାହୁ,ଶେଖର ମାଝୀ, ସୁନୀଲ ବାଦୀ, କରିସ୍ମା ମାଝୀ, କ୍ରୀଡା ଶିକ୍ଷକ ରାଜକିଶୋର ରଣା ,ଟେର୍ଚାପଲା ଗାଁ ର ଗଉନ୍ତିଆ ତାରାଚନ ମାଝୀ, ବିଶ୍ବମ୍ବର ମାଝୀ, ମେମ୍ବର ପଙ୍କଜ ମାଝୀ, ଥବିର ମାଝୀ, ଗିରିଶ ଚନ୍ଦ୍ର ଭୋଇ,ଦକ୍ଷ ରାଜ ମାଝୀ, ନନ୍ଦି କିଶୋର ମାଝୀ, ଦେବେନ୍ଦ୍ର ମାଝୀ, ଚୈତନ୍ୟ ଭୋଇ,ଗୋପିକାନ୍ତ ମାଝୀ, ପ୍ରତିମା ମାଝୀ, ଚନ୍ଦ୍ରମା ତାଣ୍ଡି ଙ୍କ ସମେତ ଜୋରାଡ଼ବରା କ୍ଲଷ୍ଟର ର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, ପରିଚାଳନା କମିଟିର ସଦସ୍ୟା, ସଦସ୍ୟ, ଗ୍ରାମ ବାସୀ ମାନେ ସହଯୋଗ କରିଥିଲେ।ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ପରିବେଷିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଙ୍କ ମନ ମୋହିଥିଲା।
What's Your Reaction?