ପାରମ୍ପରିକ ଦଣ୍ଡଯାତ୍ରା ରେ ଜଙ୍ଗଲ ସୁରକ୍ଷା ସଚେତନ

Apr 11, 2025 - 10:20
 0  88
ପାରମ୍ପରିକ ଦଣ୍ଡଯାତ୍ରା ରେ ଜଙ୍ଗଲ ସୁରକ୍ଷା ସଚେତନ

ବାଲିଗୁଡା :ଲୋକ ଆବାଜ. ଇନ,ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ରେ ଚାଲିଛି ତେର ଦିନିଆ ଦଣ୍ଡଯାତ୍ରା l ବାଲିଗୁଡା ର ମାଆ ଦକ୍ଷିଣକାଳୀ ଦଣ୍ଡନୃତ୍ୟ କମିଟି ପକ୍ଷରୁ ଚଳିତ ବର୍ଷ ବାଲିଗୁଡା ର ବିଭିନ୍ନ ୱାର୍ଡ ର କାମନାକାରୀ ଙ୍କ ଘରକୁ ମାଆ ବିରାଜମାନ କରି ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି l

ବାଲିଗୁଡା ଅଞ୍ଚଳ ର ଏହି ସର୍ବ ପୁରାତନ ଦଣ୍ଡନାଚ ଦେଖିବା କୁ ଭକ୍ତ ଶ୍ରଦ୍ଧାଳୁ ଦର୍ଶକ ଙ୍କ ଭିଡ଼ ଜମୁଛି l ଦିନ ଦ୍ବି ପ୍ରହର ରେ ଧୁଳିଦଣ୍ଡ ସମୟରେ ଦଣ୍ଡ ଚରିତ ଅନୁସାରେ ଯାତ୍ରା ସମାପନ ହେଉଛି l

ଏହି ସମୟରେ ଜଙ୍ଗଲ ସୁରକ୍ଷା ଉପରେ ଅଭିନୟ ନାଟକ ଗୀତ ମାଧ୍ୟମରେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା, ପୋଡୁ ଚାଷ, ବେଆଇନ ବନ୍ୟ ଯନ୍ତୁ ଶିକାର ରୁ ନିବୃତ ରହି ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି କରିବା ଦିଗରେ ଜନ ସଚେତନତା ସୃଷ୍ଟି କରାଯାଉଛି l ଅନୁଷ୍ଠାନ ର ବରିଷ୍ଠ କଳାକାର ତଥା ସାମ୍ବାଦିକ ପ୍ରମୋଦ ଦଣ୍ଡସେନା ରେଞ୍ଜର ଭୂମିକା ରେ ଅବତୀର୍ଣ୍ଣ ହୋଇ ଥିବା ବେଳେ , ଟିକି ଦଣ୍ଡିଆ, ସନ୍ତୋଷ ପୂଜାରୀ, ଦୁର୍ଗା ପାତ୍ର ବେଲାଳସେନ ବନ କର୍ମଚାରୀ ଭୂମିକା ରେ ନିଖୁଣ ଅଭିନୟ କରି ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରୁଛନ୍ତି ଳ ଦଣ୍ଡଯାତ୍ରା ର ଏହି କାର୍ଯ୍ୟକ୍ରମ କୁ ବାଲିଗୁଡା ଡ଼ି. ଏଫ. ଓ ବିଶ୍ୱରାଜ ପଣ୍ଡା ସୋସିଆଲ ମିଡିଆରେ ଦେଖି ଉଚ୍ଚ ପ୍ରଶଂସା କରିଛନ୍ତି

What's Your Reaction?

like

dislike

love

funny

angry

sad

wow