ଏକତା ର ଅନନ୍ୟ ଉଦାହରଣ ହେଉଛି ମହିମୁଣ୍ଡା ର ସାହୁ ପରିବାର*-
ବଲାଙ୍ଗୀର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ନୂଆଁଖାଇ ହେଉଛି ଭାଈ ଚାରା ଓ ଏକତା ର ପର୍ବ l ରାଗ ରୋଷ ମାନ ଅଭିମାନ ସବୁ କୁ ଭୁଲି ଆଜି ପରିବାର ଆତ୍ମୀୟ ସ୍ୱଜନ ସମସ୍ତେ ହୁଅନ୍ତି ଏକାକାର l ସେହି ଭଳି ଏକ ଅନନ୍ୟ ଉଦାହରଣ ହେଉଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ମହିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମର ସାହୁ ପରିବାର l ଏ ପରିବାର ପକ୍ଷରୁ ସମୂହ ନବାନ୍ନ ଭକ୍ଷଣ ତଥା ନୂଆଁଖାଇ ପାଳିତ ହୋଇଛି । ପରିବାର ର ମୋଟ ୭0 ଜଣ ସଦସ୍ୟ ସଦସ୍ୟା ଏକା ସାଙ୍ଗରେ ନୂଆଁ ଖାଇବା ସହ ପରସ୍ପରକୁ ଜୁହାର ଭେଟ ହୋଇଥିଲେ । ପରିବାର ର ବୟୋଜ୍ୟେଷ୍ଠ ଦ୍ବାରୀକା ପ୍ରସାଦ ସାହୁ ନିଜର ଇଷ୍ଟ ଦେବାଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନୂଆଁ ଚୂଡା ରେ ତିଆରି ହୋଇଥିବା ନବାନ୍ନ କୁ ମହୁଲ ପତ୍ରରେ ପରସା ଯାଇ ନୂଆଁଖାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୂଲା । ଉକ୍ତ କାର୍ଯ୍ୟକ୍ରମ ରେ ପରିବାର ର ବରିଷ୍ଠ ସଦସ୍ଯ ରାମେଶ୍ବର ସାହୁ, ନାରାୟଣ ସାହୁ, ବୃନ୍ଦାବନ ସାହୁ, ରାମାଧିନ ସାହୁ ,ସ୍ବାଧିନ ସାହୁ, ତପୋବନ୍ତ ସାହୁ,ସରୋଜ ସାହୁ, କ୍ଷୀରୋଦ୍ର ସାହୁ, ପ୍ରେମରାଜ ସାହୁ, ଅଶୋକ ସାହୁ, କମଳ ସାହୁ, ଶୁବଲ୍ ସାହୁ,ସୁରେଶ ସାହୁ, କ୍ଷମା ସାଗର ସାହୁ, ଗୁଣ ସାଗର ସାହୁ, ସୁଶୀଳ କୁମାର ସାହୁ, ରିତେଶ ସାହୁ, ପ୍ରେମସାଗର ସାହୁ, ମନିଷ ସାହୁ, ରିଙ୍କୁ ସାହୁ, ଆଶୁତୋଷ ସାହୁ, ମନୋଜ ସାହୁ, ସାଇ ଶୁଭଙ୍କର ସାହୁ ଏବଂ ପରିବାର ର ସମସ୍ତ ମହିଳାମାନେ ତଥା ପରିବାର ର ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।ସ୍ଵାଧୀନ ସାହୁ ଉପସ୍ଥିତ ସମସ୍ତଙ୍କୁ ସାଧୁବାଦ ଜଣାଇ ବର୍ଷକୁ ଥରେ ଆମେ ମିଶିକରି ଗୋଟିଏ ଜାଗାରେ ଭାଇଚାରା ସହିତ ଏକ ସୁନ୍ଦର ପରମ୍ପରା ସୃଷ୍ଟି କରି ଉକ୍ତ କାର୍ଯୟକ୍ରମ କୁ ସବୁଦିନ ବଜାୟ ରଖିବା ପାଇଁ ସମସ୍ତଙ୍କୁ ଆନ୍ତରିକତା ସହିତ ଅନୁରୋଧ କରିଥିଲେ ।
What's Your Reaction?