ଜିଲ୍ଲା ସ୍ତରୀୟ।ଆଇ ସି ସି ଏବଂ ଏଲ ସି ସି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା:ଲୋକ ଆବାଜ. ଇନ (ରାମନାଥ ପଣ୍ଡା)
ନୂଆପଡା ଜିଲ୍ଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କର୍ମ କ୍ଷେତ୍ରରେ ମହିଳା ମାନଙ୍କର ଯୌନ ନିର୍ଯାତନା ଓ ନିଷେଧ, ନିବାରଣ ଏବଂ ପ୍ରତିକାର ଆଇନ ୨୦୧୩ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ଆଇ ସି ସି ଓ ଏଲ ସି ସି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କର୍ମ କ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନାକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ ବୋଲି ମତ ପ୍ରକାଶ କରିବା ସହl ଜିଲ୍ଳାର ଯେଉଁ ବିଭାଗରେ ୧୦ ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି, ଆସନ୍ତା ୭ ଦିନ ମଧ୍ୟରେ ସେଠାରେ ଆଇ ସି ସି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ସଭାରେ ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ସଂଗୀତା ପାତ୍ର ସ୍ୱାଗତ ସମ୍ଭାଷଣ ଦେଇଥିବାବେଳେ ନବନୀତା ଦାଶ ସଚିବ ଜିଲ୍ଳା ଆଇନ ପ୍ରାଧିକରଣ ସେବା, ଆଡ଼ଭୋକେଟ କୁମୁଦ ଚନ୍ଦ୍ର ହୋତା ପ୍ରମୁଖ କର୍ମକ୍ଷତ୍ରରେ ମହିଳା ମାନେ ସମ୍ମୁଖୀନ ହେଉଥିବା ଯୌନ ନିର୍ଯାତନା ଜନିତ ସମସ୍ୟା ନିଷେଧ ନିବାରଣ ଏବଂ ପ୍ରତିକାର ନିମନ୍ତେ ଉଦ୍ଦିଷ୍ଟ ଆଇନ ୨୦୧୩ ଅନୁଯାୟୀ ଥିବା ସଶକ୍ତ ଵିଧି ବ୍ୟବସ୍ଥା ଓ ଏହାର ନିରାକରଣ ନିମନ୍ତେ ତାଲିମ ପ୍ରଦାନ କରିଥିଲେ l
ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ, ସାମାଜିକ ବାଣିଜ୍ୟକ ପ୍ରତିଷ୍ଠାନ, ସଖୀ କର୍ମକର୍ତ୍ତା, ମହିଳା ସ୍ୱୟଂ ସହାୟକ ସଙ୍ଘ ଏଠାରେ ତାଲିମ ନେଇଥିଲେ l ଆଲୋଚନାରେ ଅଂଶ ଗ୍ରହଣ କରି ଜିଲ୍ଲାପାଳ କହିଲେ ଯେ ମହିଳା ମାନେ ସମାଜର ଅବିଚ୍ଛେଦ୍ୟ ଅଙ୍ଗ , କର୍ମ କ୍ଷେତ୍ରରେ ସେମାନେ ନିର୍ଭୟରେ କିଭଳି କର୍ମ ସମ୍ପାଦନ କରିପାରିବେ, ଏହାକୁ ସୁନିଶ୍ଚିତ କରିବା ସମ୍ପୂର୍ଣ ଦାୟିତ୍ୱ ସମାଜର , କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ଭଳି ସମ୍ବେଦନଶୀଳ ଘଟଣା ଯେଭଳି ଘଟିବାକୁ ସୁଯୋଗ ନ ପାଏ , ଆମକୁ ସେହିଭଳି ପରିବେଶ ସୃଷ୍ଟି କରିବାକୁ ପଡିବ l ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁରକ୍ଷା ଅଧିକାରୀ ହରିପ୍ରିୟା ପଟେଲ ଧନ୍ୟବାଦ ଅର୍
What's Your Reaction?






