ଗଜବାହାଲ ଠାରେ ମିଲେଟ୍ସ ଟିଫିନ ସେଣ୍ଟର ଉଦଘାଟିତ
Millets tifin center inauguration
କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଠାରେ ମିଲେଟ୍ସ ଟିଫିନ ସେଣ୍ଟର ସୋମବାର ଉଦଘାଟିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ,ସମ୍ମାନିତ ଅତିଥି ଭାବେ,ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ,ଗ୍ରାମ୍ୟ କୃଷି କର୍ମୀ ଲୋକନାଥ ନାଗ,ସୁରଜ ଶେଖର ସାହୁ, ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲା ସଂଯୋଜକ ଇନାୟତ ହୁସେନ,ମିଶନ ଶକ୍ତି ବିପିସି ବିପିନ ବାରିକ,ଶ୍ରୀ ଅନ୍ନ ଅଭିଯାନ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ, ସିଇଓ ଟଙ୍କଧର ନାଏକ, ନାଏବ ସରପଞ୍ଚ ଦେବକୀ ମହାନନ୍ଦ ପ୍ରମୁଖ ଯୋଗ ଦେଇ ମିଲେଟ୍ସ ଟିଫିନ ସେଣ୍ଟର କୁ ଉଦଘାଟନ କରିବା ସହ ମିଲେଟ୍ସ ଖାଦ୍ୟ ର ଉପାଦେୟତା ଉପରେ ଉପରେ ଆଲୋକପାତ କରିଥିଲେ।
ଏଥିରେ ସିଆରପି ଜୀବର୍ଦ୍ଧନ ସାହୁ,ବାଲ୍ମିକୀ ଛତ୍ରୀଆ,ଧୁରାବନ ବଗ,ଭାନୁମତି ପଧାନ,ପ୍ରବୀଣ ନାଏକ,ଏକାଉଣ୍ଟାଣ୍ଟ ଦେବାଶିଷ ନାଗ,ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ରାଧା କ୍ରିଷ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ସହଯୋଗ କରିଥିଲେ।
ସେହିପରି ଗଜବାହାଲ ର ପୁରୁଣା ବିଦ୍ୟାଳୟ ପରିସର ରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ଓ ଜୟ ଥୁଆମୁଲ ରାମପୁର ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ଲିମିଟେଡ଼ ପକ୍ଷରୁ ବ୍ଲକ ସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଭିନ୍ନ ଅତିଥି ମାନେ ଯୋଗ ଦେଇ ପାରମ୍ପରିକ ଖାଦ୍ୟ, ବିହନ ର ପୁନରୁଦ୍ଧାର ଆବଶ୍ୟକ ଉପରେ ଆଲୋଚନା କରାଯାଇଥିଲା।
What's Your Reaction?