୩୫ ବର୍ଷରେ ରିଞ୍ଜ।ମା' ଗଜଲକ୍ଷ୍ମୀ ପୂଜା..... ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଝୁମିଲେ ଦର୍ଶକ

Oct 11, 2025 - 19:29
 0  84
୩୫ ବର୍ଷରେ ରିଞ୍ଜ।ମା' ଗଜଲକ୍ଷ୍ମୀ ପୂଜା.....   ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଝୁମିଲେ ଦର୍ଶକ

କର୍ଲାମୁଣ୍ଡା: ୧୧/୧୦(ଲୋକ ଆବାଜ. ଇନ/ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜ। ବସ୍ତି ଠାରେ ମା' ଗଜଲକ୍ଷ୍ମୀଙ୍କ ପୂଜା ସୋମବାର ଆରମ୍ଭ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛିl ଏଥିରେ ଗ୍ରାମ ବାସୀ ଙ୍କ ଆୟୋଜନ ରେ ଆୟୋଜିତ ପୂଜା ରେ ନୀଳମଣି ସାହୁ ଓ ତାଙ୍କ ଧର୍ମପତ୍ନୀ ଲୀଳାବତୀ ସାହୁ ପୂଜାକର୍ତ୍ତା ଓ ପୂଜକ ସୁଧାଂଶୁ ଶେଖର ଷଡଙ୍ଗୀ ପୂଜାକାର୍ଯ୍ୟ ସଂପାଦନ କରିଥିଲେl ଏଥିପାଇଁ ଗ୍ରାମ ଶତାଧିକ ମହିଳା ପୁରୁଷ କଳସ ଯାତ୍ରାରେ ବାହାରି ନିକଟସ୍ଥ ଉତେଇ ନଦୀ ରୁ ଜଳ ଆଣି ପୂଜା ମଣ୍ଡପ ରେ ପହଞ୍ଚିଥିଲେ। ଚଳିତ ବର୍ଷ ମାଁ ଗଜଲକ୍ଷ୍ମୀ ପୂଜାର ମଙ୍ଗଳବାର ପ୍ରଥମ ରାତିରେ ନାଟ୍ୟକାର ଭାଗିରଥି ଷଡଙ୍ଗୀ ଙ୍କ ନିର୍ଦେଶନା ରେ ସାମାଜିକ ନାଟକ ଓ ବୁଧବାର ରାତିରେ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶନା ରେ କୋଶଳୀ ନାଟକ ମଞ୍ଚସ୍ତ ହୋଇଥିଲା । ପ୍ରଥମ ରାତ୍ରି ରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଓ ବ୍ଲକ ବିଜେଡି ସଭାପତି ଯଶୋବନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସେହିପରି ଗୁରୁବାର ରାତିରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀ, ସରପଞ୍ଚ ପୂର୍ଣ୍ଣମୀ ମାଝୀ, ସମିତି ସଭ୍ୟ ଆନନ୍ଦ ନାଗ, ପିଇଓ ଜିତୁ ଜାନୀ ,ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।ଏଥିରେ ମାଁ ଗଜଲକ୍ଷ୍ମୀ ପୂଜା କମିଟୀର ସଭାପତି କିରଣ କୁମାର ଷଡଙ୍ଗୀ , ସମ୍ପାଦକ ତୁମ୍ବେଶ୍ୱର ସାହୁ,ଉପସଭାପତି ରାତ୍ର ସାହୁ,ଯୁଗ୍ମ ସମ୍ପାଦକ ହେରାମ୍ବ ସାହୁ ,କୋଷାଧ୍ୟକ୍ଷ ଶ୍ରୀ କୃଷ୍ଣ ପୁଟେଲ,ଙ୍କ ସମେତ ଗ୍ରାମ ବାସୀ ମାନେ ଆୟୋଜନ କରିଥିଲେ।

 ନାଟକ ର ବିଭିନ୍ନ ଭୂମିକାରେ ଉଜ୍ଜ୍ବଳ କୁମାର ସାହୁ,ପ୍ରସନ୍ନ ସାହୁ,ରିପୁ ଦମନ ସୌରଭ ମିଶ୍ର, ହେମାନନ୍ଦ ସାହୁ,ରାଜେଶ ସାହୁ,ସୁରେନ୍ଦ୍ର ସାହୁ,ଛବି ସାହୁ,ରବୀନ୍ଦ୍ର ସାହୁ,ବୁଦ୍ଧଦେବ ସାହୁ,ସୁଶାନ୍ତ ସାହୁ,ନବୀନ ସାହୁ, ସମାରୁ ସାହୁ,ଗୁଣ ସାହୁ,ଫକୀର ସାହୁ,ରାମଚନ୍ଦ୍ର ଚୌଧୁରୀ, ସୁମନ୍ତ ସାହୁ,ନିରଞ୍ଜନ ସାହୁ,ଚିତ୍ତ ସାହୁ, ବିକ୍ରମ ସାହୁ,ଅନାଦି ସାହୁ ,ଗଜପତି ସାହୁ,ପ୍ରମୁଖ ଅଭିନୟ କରିଥିବା ବେଳେ ଶମ୍ଭୁ ମାଝୀ, ଭୋଳା ରାମ ମାଝୀ, ଜୟରାମ ସାହୁ,ଠାକୁର ସାହୁ,କୁରୁପତି ସାହୁ,ଘାସିରାମ ସାହୁ,ଗଣେଷ ସାହୁ,ସତ୍ୟ ସାହୁ,ଗୌରବ ସାହୁ,ମନୋଜ ସାହୁ,ସିଦ୍ଧାନ୍ତ ସାହୁ,ସରୋଜ ସେଲମା,ନୀଳମ୍ବର ସେଲମା,ଲଷ୍ମୀ କାନ୍ତ ସେଲମା, ମୋହନ ସାହୁ,ବୈଲୁଚନ ସାହୁ,ପୁଲକ ଷଡଙ୍ଗୀ,ନିତୁ ସାହୁ,ଅରବିନ୍ଦ ସାହୁ,କୃଷ୍ଣ ଚନ୍ଦ୍ର ବାଗ,ବେଦ ବ୍ୟାସ ଚୌଧୁରୀ, ବିରଞ୍ଚି ସାହୁ,ଥବିର ସାହୁ,ସୁରେଶ ସାହୁ,ଆଦିତ୍ୟ ସାହୁ,ତପନ ସାହୁ,ଅନ୍ତର୍ଯ୍ୟାମୀ ସେଲମା, ରାମ ଶ୍ୟାମ ସାହୁ,ସିତାରାମ ସାହୁ,କ୍ଷୀର ସାଗର ସାହୁ,ଶ୍ରୀ ରାମ ସାହୁ,ହେମନ୍ତ ସାହୁ,ଗୋବିନ୍ଦ ସାହୁ,ଅଭୟ ସାହୁ,କ୍ଷମରାଜ ସାହୁ,ଅମରେନ୍ଦ୍ର ସାହୁ,ଲମ୍ବୋଦର ସାହୁ, ଭକ୍ତ ସାହୁ,ଗଣେଶ୍ୱର ସାହୁ,ପ୍ରମୋଦ ସାହୁ,ସୁନାମାଲ ସାହୁ,ମଜୁବ ସାହୁ,ବିମଲ ସାହୁ,ରୁଦ୍ର ସାହୁ,ରବୀନ୍ଦ୍ର ସାହୁ,ପିଙ୍କୁ ସାହୁ,ଯପୁ ସାହୁ,ଗୁଦାମ ସାହୁ,ରୀଙ୍କୁ ସାହୁ,ଶ୍ରୀଧର ସାହୁ ,ନିରଞ୍ଜନ ସାହୁ,ଶକ୍ତି ସାହୁ,ସରୋଜ ସାହୁ,ସୁମନ୍ତ ସାହୁ,ଯସପାଲ ସାହୁ ,ଭାଗବତ ସାହୁ,ଵିଷ୍ଣୁ ସାହୁ,ବିଦ୍ୟା ସାହୁ,ମାନଧାତା ସାହୁ ପ୍ରମୁଖ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow