କଣ୍ଟାମାଳରେ ନୂଆଁଖାଇ ଭେଟ୍ଘାଟ୍ ଚଳଚିତ୍ର ନାୟିକା ବିଦୁସ୍ମିତା ନୃତ୍ୟରେ ଝୁମିଲେ ଦର୍ଶକ

କଣ୍ଟାମାଳ ୧୩/୯(ଲୋକ ଆବାଜ୍.ଇନ୍ ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବସଷ୍ଟାଣ୍ଡସ୍ଥିତ ହରିଶଙ୍କର କଳାମଣ୍ଡପ ଠାରେ ନୁଆଁଖାଇ ଭେଟଘାଟ ସମନ୍ୱୟ ସମିତି କଣ୍ଟାମାଲ ତରଫରୁ ନୂଆଁଖାଇ ଭେଟ୍ଘାଟ୍ -୨୦୨୪ କାର୍ଯ୍ୟକ୍ରମ ଗତ କାଲି ବିଳମ୍ବିତ ରାତ୍ରିରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟଅତିଥି ଓ ୧ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ୨ ନମ୍ବର ଜୋନ ଶିକ୍ଷାବିତ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ, ନୀଳାଞ୍ଚଳ ଭୋଇ, ବିଜେପି ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ,ବରଗାଁ ସରପଞ୍ଚ ପ୍ରତିନିଧି ପିନାକଧର ରଣା, ସମାଜସେବୀ ଅବିନାଶ କୁଦେଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜନ କମିଟି ପକ୍ଷରୁ ଦିବ୍ୟଶଙ୍କର ରାଉତ ସଭା ପରିଚାଳନା କରିଥିଲେ l ପ୍ରଥମକରି ନୂଆଁଖାଇ ଭେଟଘାଟ ଭଳି ସୁନ୍ଦର କାର୍ଯ୍ୟକ୍ରମ ର ଆୟୋଜନ କୁ ନେଇ ମଂଚାସୀନ ଅତିଥିମାନେ ଭୁୟସୀ ପ୍ରଶଂସା କରିବା ସହ ପର୍ବର ମାହାତ୍ମ୍ୟ ଏବଂ କଣ୍ଟାମାଳ ଅଂଚଳର ଐତିହ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବଲପୁରୀ ମେଲୋଡି “ଦିଲ ଖୁଜୁଛେ ଦିଲକେ” ର ସ୍ବନାମଧନ୍ୟ କଳାକାର ଯଶୋବନ୍ତ ସାଗର, ମାଧବ ଭାଇ, ଶ୍ରୀକାନ୍ତ ଛତ୍ରିଆ, ସଂଗୀତା ହାତୀଙ୍କ ସଂଗୀତ ଧମାକା ମଞ୍ଚକୁ ସରଗରମ କରିଥିଲା । ସେହିପରି ଓଡ଼ିଆ ଧାରାବାହିକର ସ୍ବନାମଧନ୍ୟ ଟେଲି କଳାକାର ବିଦ୍ୟୁସ୍ମିତା ଙ୍କ ଉପସ୍ଥିତି ଓ ନୃତ୍ୟ ଶହ ଶହ ଦର୍ଶକଙ୍କୁ ମତୁଆଲା କରିଥିଲା l ସ୍ଥାନୀୟ ଅଂଚଳର ବହୁ ସଂଖ୍ୟାରେ ଦର୍ଶକ ଉକ୍ତ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମକୁ ଦିବ୍ୟଶଙ୍କର ରାଉତ, ସୁବ୍ରତ ସାହୁ, ରାଜୁ ବାଘ ଶରତ ସାହୁ, ସାନନ୍ଦ ମହାକୁଡ଼, ବାପୁନ ନାୟକ, ଉମେଶ ରଣା, ଦୁତିଆ ରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l
What's Your Reaction?






