ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା

Sep 27, 2025 - 11:45
 0  26
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା

ବୌଦ୍ଧ: ଲୋକ ଆବାଜ୍.ଇନ୍ (ମନୋରଞ୍ଜନ ତ୍ରିପାଠୀ)

 ଜ଼ିଲ୍ଲା ସଂଗ୍ରହାଳୟ ଠାରେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ଭୁତପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବlହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉ. ପ୍ରା. ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ ର କିରlଣ୍ୟl ଆଚାର୍ଯ୍ୟ - ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟ ର ଶ୍ରୀୟାନସି ସାହୁ - ଦ୍ଵିତୀୟ ଏବଂ ବ୍ରାଇଟ ମାଇଣ୍ଡ ଡାଇମନସନ ସ୍କୁଲ ର ରତ୍ନପ୍ରିୟା ଅଗ୍ରୱାଲ - ତୃତୀୟ, ଦେଶାତ୍ମାବୋଧକ ସଂଗୀତ ପ୍ରତିଯୋଗିତା ରେ ସେଣ୍ଟ ଜାଭିଅର ସ୍କୁଲ ର ମ୍ରିନ୍ମୟୀ ପାଢ଼ୀ - ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବିଭାନ ମିଶ୍ର - ଦ୍ଵିତୀୟ ଏବଂ ଗୌରୀ ଶଙ୍କର ପବ୍ଲିକ ସ୍କୁଲ ର ଶାଶ୍ୱତ ସିନ୍ନା - ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ରେ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ ର ଆର୍ଯ୍ୟ ନାରାୟଣ ଦେବ -ପ୍ରଥମ, ମେଂଢ଼ୀମାଲ ଉଚ୍ଚ ବିଦ୍ୟାଳୟ ର ଶ୍ରଦ୍ଧା ଶୁଭଦର୍ଶିନୀ ସାହୁ ଏବଂ ବାମଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ର ସ୍ମୃତି ସ୍ମିତା ଭୋଇ - ଦ୍ଵିତୀୟ, ମୁଣ୍ଡିପଦର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ସମୀକ୍ଷା ରାଣୀ ଦାଶ - ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ସୁନେଲି ବାଘ - ପ୍ରଥମ, ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଅନ୍ବେଷl ମିଶ୍ର - ଦ୍ଵିତୀୟ, ମଡେଲ ଡିଗ୍ରୀ ମହାବିଦ୍ୟାଳୟ ର ସଂଗୀତ ମଲ୍ଲିକ - ତୃତୀୟ ସ୍ଥାନ ଅଧିକାର କରିଥିଲେ l ବିଚାରକ ଭାବେ ପ୍ରଧାନ ଶିକ୍ଷକ, ଲକ୍ଷୀପଦର ୟୁ ଜି ଏମ ଇ ସ୍କୁଲ  ପ୍ରଦୀପ କୁମାର ମହାନ୍ତି, କଣ୍ଠଶିଳ୍ପୀ  ତ୍ରିନାଥ ମାହାର, ସହକାରୀ ଶିକ୍ଷକ, ମାଉଲସିଂଘା ୟୁ. ପି ସ୍କୁଲ  ଆଶୁତୋଷ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ତଥା ତବଲା ବାଦକ  ଭୁବନେଶ୍ୱର ମିଶ୍ର, ସଭାପତି, ଜ଼ିଲ୍ଲା ୟୁନିଅନ ପରିଷଦ  ଚିତ୍ତ ରଞ୍ଜନ ଦାଶ, ସାହିତ୍ୟିକ  ରମେଶ ପ୍ରସାଦ ମେହେର ଏବଂ  ନୀଳ ଲୋହିତ ମହାପାତ୍ର, ସହକାରୀ ଶିକ୍ଷକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୀରନରସିଂହପୁର  ନବ କିଶୋର ଦୀପ ଯୋଗ ଦେଇ ବିଚାର କାର୍ଯ୍ୟ ସମ୍ପାଦନ କରିଥିଲେ l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧlନ ରେ ସମସ୍ତ ପ୍ରତିଯୋଗିତା ସମ୍ପାଦିତ ହୋଇଥିଲା l ଏହି ସମସ୍ତ ପ୍ରତିଯୋଗିତା ରେ ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, ଜ଼ିଲ୍ଲା ପାଠାଗାର ର ଜିତେନ୍ଦ୍ର ମହାନ୍ତି, ବୀର କିଶୋର କର୍ମୀ, ଜ଼ିଲ୍ଲା ସଂଗ୍ରହlଳୟ ର ଅମରେଶ ପାଣିଗ୍ରାହୀ, ସଚିନ ପଧାନ ଏବଂ ଜୟଦେବ ବେହେରା, ଶିକ୍ଷକ ନବ କିଶୋର ଦୀପ ଉପସ୍ଥିତ ରହି ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow