ବାଲିଗୁଡା ରେ ଗଜଲକ୍ଷ୍ମୀ ପୂଜା ଧୁମଧାମ ରେ ପାଳିତ

Oct 17, 2024 - 06:55
Oct 17, 2024 - 07:27
 0  42
ବାଲିଗୁଡା ରେ ଗଜଲକ୍ଷ୍ମୀ ପୂଜା ଧୁମଧାମ ରେ ପାଳିତ

କନ୍ଧମାଳ: ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ମାଆ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ଆନନ୍ଦ ଉଲ୍ଲାସର ସହିତ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି l ଦୁର୍ଗାପୂଜା ସମିତି ର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିଵରାମ ପ୍ରଧାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ପୂଜା କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ତଥା ମାଆ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସହ ସମ୍ପାଦକ ଭଗବତୀ ପ୍ରସାଦ ସାବତ କର୍ତ୍ତା ଭାବେ ଉପସ୍ଥିତରହି ପୂଜା କାର୍ଯ୍ୟ ସମାପନ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଦୁର୍ଗାପୂଜା ସମିତି ର ପୂର୍ବତନ ସମ୍ପାଦକ, ସଭାପତି ତଥା ବର୍ତ୍ତମାନ ର କମିଟି ର ବରିଷ୍ଠ ଉପଦେଷ୍ଟା ଡ଼ ବିଚିତ୍ରା ନନ୍ଦ ଆଚାର୍ଯ୍ୟ, ଲୋକନାଥ ପାଢ଼ୀ, ସଦସ୍ୟ ଶ୍ରୀନିବାସ ଦୋରା କୋଷାଧକ୍ଷ ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow