ଗୁଣିଗାରେଡି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ କଟୁରୀରେ ଆକ୍ରମଣ । ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଘଣ୍ଟାପଡ଼ା ପୁଲିସ।

Sep 19, 2024 - 06:05
Sep 19, 2024 - 06:05
 0  36
ଗୁଣିଗାରେଡି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ କଟୁରୀରେ ଆକ୍ରମଣ ।  ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଘଣ୍ଟାପଡ଼ା ପୁଲିସ।

କଣ୍ଟାମାଳ: ଲୋକ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ଏବେ ବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ କଲେ ଆସାମୀ । ଏପରି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ କୁଲୁତାଯୋର ଗ୍ରାମର ଖଲିଆପଡ଼ା ସାହିରେ।ସୂଚନାପ୍ରକାରେ କୁଲୁତାଯୋର ଗ୍ରାମର ପ୍ରାୟ ୫୦୦ମିଟର ଦୂରରେ ନିଜ ଜମି ପାଖରେ ସ୍ୱାମୀ ରଞ୍ଜିତ ମାଝୀ, ସ୍ତ୍ରୀ ମାନସୀ ମାଝୀ,ମାଆ ଶାନ୍ତି ମାଝୀ ଚାଷର ସୁବିଧା ପାଇଁ ଘର କରି ବେଶ ଆରାମରେ ରହୁଥିଲେ। ଅନତି ୨୦୦ ମିଟର ଦୂରରେ ଉକ୍ତ ଗ୍ରାମର ଇଲୁ ଓରଫ ଚନ୍ଦ୍ରଶେଖର ମାଝୀ( ୧୯)ଙ୍କ ପରିବାର ମଧ୍ୟ ନିଜ ଚାଷ ଜମି ଉପରେ ଘର କରି ରହୁଥିଲେ। ଆଉ ପାଖରେ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ନିଜ ଜମି ଉପରେ ଘର କରି ଖଲିଆପଡ଼ା ନାମରେ ନାମିତ କରିଥିଲେ। ଇଲୁର ବାପାମାଆ ସହିତ ଜଣେ ମାଉସୀ ତାଙ୍କ ସହ ରହୁଥିଲେ। ସବୁ ଠିକ ଠାକ ଚାଲିଥିଲା। ହଠାତ ଇଲୁର ମାଉସୀ କୌଣସି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଯେତେ ଔଷଧ ଖାଉଥିଲେ ମଧ୍ୟ ଭଲ ହେଉ ନ ଥିଲେ। ଏପରିକି ସେ ଅନେକ ଡାକ୍ତରଖାନା ଯାଇ ନିରାଶ ହୋଇ ଚେରମୂଳୀ ଠୁ ଆରମ୍ଭ କରି ଡାକ୍ତର, କ୍ବାକ, ଗୁଣିଆ ର ବଶବର୍ତ୍ତୀ ହୋଇ କୌଣସିଥିରେ ଭଲ ନ ହେବାରୁ କିଏ ଗୁଣିଗାରେଡି କରିଥିବା ସନ୍ଦେହ କଲେ । ଶେଷରେ ମାଉସୀଙ୍କ ଦେହାନ୍ତ ହେବାରୁ ଇଲୁ କ୍ରୋଧାନ୍ୱିତ ହୋଇ ନିକଟରେ ବସବାସ କରୁଥିବା ରଞ୍ଜିତ ର ମାଆ ଉପରେ ସନ୍ଦେହ ଘନୀଭୂତ ହେଲା। ପ୍ରତିଶୋଧ ପରାୟଣ ହୋଇ ନିଜ ଗାଁର ଲଛମନ ମାଝୀ (୨୫)ଓ ନିକଟସ୍ଥ ଧରୁଆପଡ଼ାର ରାଜେନ୍ଦ୍ର ଧରୁଆ (୨୨)କୁ ସମସ୍ତ ବିଷୟ କହି ରଞ୍ଜିତର ମାଆକୁ ସବୁଦିନ ପାଇଁ ସଫା କରିଦେବା ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ଗତ ସେପ୍ଟେମ୍ବର ୧୨ ତାରିଖ ଗୁରୁବାର ରାତିରେ ଖାଇ ପିଇ ସମସ୍ତେ ଶୋଇଥିବା ସମୟରେ ଏକ ଧାରୁଆ ଅସ୍ତ୍ର ଧରି ତିନିଜଣ ମିଶି ରଞ୍ଜିତ ଘରକୁ ଯାଇଥିଲେ ଓ ରଞ୍ଜିତ ତାର ସ୍ତ୍ରୀପୁଅ ଶୋଇଥିବା ଅବସ୍ଥାରେ ଇଲୁ ପ୍ରଥମେ ସ୍ତ୍ରୀ ମାନସୀର ହାତ ସଂଲଗ୍ନ କାନ୍ଧ ସନ୍ଧିରେ ଏକ ଚୋଟ ଦେବା ପରେ ରଞ୍ଜିତ ର ବାମହାତରେ ଓ ପିଠିରେ ଚୋଟ ପକାଇଲା ବେଳକୁ ସ୍ତ୍ରୀର ବୋବାଳି ରେ ସମସ୍ତେ ଫେରାର ମାରିଥିଲେ। ଭାଗ୍ୟବଶତଃ ମାଆ ଅଲଗା ଘରେ ଶୋଇଥିବାରୁ ଅଳ୍ପକେ ବଞ୍ଚିଗଲେ । ଏପରି ସ୍ଥଳେ ପାଟି ବୋବାଳି ଶୁଣି କିଛି ଲୋକ ପହଞ୍ଚି ଗୁରୁତର ସ୍ୱାମୀସ୍ତ୍ରୀଙ୍କୁ ପ୍ରଥମେ କଣ୍ଟାମାଳ ଡାକ୍ତରଖାନା ପରେ ସୋନପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଗୁରୁତରଙ୍କ କେହି ନଥିବାରୁ ପୁଲିସ କୁ ଖବର ଦେଇ ପାରିନଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ପୁଲିସ ରଞ୍ଜିତ ର ଗାଁକୁ ଗଲାବେଳେ ଘରେ ତାଙ୍କର କେହି ନଥିଲେ କି ଗାଁରେ କିଛି ଲୋକଙ୍କୁ ପଚାରିବାରେ ଆମେ ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ଠିକ ଦୁଇ ଦିନ ପରେ ସୋନପୁରରେ ଚିକିତ୍ସିତ ହେଉଥିବା ଖବର ପାଇ ପୁଲିସ ଡାକ୍ତରଖାନା ଯାଇଥିଲେ।ସେଠାରେ ସେମାନଙ୍କୁ ପଚାରିବାରେ ଆମେ କିଏ କାହିଁକି ଏପରି ଘଟଣା ଘଟାଇଲା କିଛି କହିପାରିଲେ ନାହିଁ। ଶେଷରେ ଗତ ୧୫ ତାରିଖରେ ମାଆ ଶାନ୍ତି ମାଝୀ ଏକ ଏତଲା ଥାନାରେ ଦାୟର କଲା। ପୁଲିସ କେସ୍ ନଂ ୧୨୪/୧୬.୯.୨୪ ଏକ ମାମଲା ରୁଜୁ କରି ସନ୍ଦେହରେ ଇଲୁ ଓରଫ ଚନ୍ଦ୍ରଶେଖର କୁ ଆଣି ପଚରା ଉଚରା କରିଥିଲା।ଏଥିରେ ଇଲୁ ସମସ୍ତସତ କଥା କହିଥିଲା।ଇଲୁର ବୟାନ ଅନୁସାରେ ଉକ୍ତ ଗ୍ରାମର ସହଯୋଗୀ ଲଛମନ ଓ ରାକେନ୍ଦ୍ରକୁ ଗିରଫ କରି ତିନି ଜଣକୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି।

What's Your Reaction?

like

dislike

love

funny

angry

sad

wow