ଯୁବକ ଙ୍କୁ ସଂଘବଦ୍ଧ ଭାବେ ମାରାଣନ୍ତକ ଆକ୍ରମଣ ଥାନାରେ ମାମଲା ରୁଜୁ :

Mar 16, 2025 - 15:16
 0  153
ଯୁବକ ଙ୍କୁ  ସଂଘବଦ୍ଧ ଭାବେ ମାରାଣନ୍ତକ ଆକ୍ରମଣ ଥାନାରେ ମାମଲା ରୁଜୁ :

ଯୁବକ ଙ୍କୁ ସଂଘବଦ୍ଧ ଭାବେ ମରଣlନ୍ତକ ଆକ୍ରମଣ ଥାନାରେ ମାମଲା ରୁଜୁ 

ବାଲିଗୁଡ଼ା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)

ହୋଲି ରେ ଅଘଟଣ, ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ l କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହସିଂ ଗୋଇବନ୍ଧା ରେ ଅଭାବନୀୟ ଘଟଣା l ଗଣ୍ଡଗୋଳ ଛଡାଇବାକୁ ଯାଇ ନିର୍ଧୁମ ମାଡ଼ ଖାଇଲେ ଯୁବକ l ସୂଚନା ପ୍ରକାରେ ଖଡ଼ଗ ନଦୀ ରେ ପିଙ୍କିନିକ କରୁଥିବା ବେଳେ କୌଣସି କାରଣ କୁ ନେଇ ଦଣ୍ଡପଦର ଗାଁ ର ଯୁବକ ଏବଂ ବଗlଡ଼ ଗାଁ ର ଯୁବକ ଙ୍କ ମଧ୍ୟରେ ଗଣ୍ଡଗୋଳ ସୂତ୍ରପାତ ହୋଇ ପିଟା ପିଟି ହେଉଥିବା ବେଳେ ଛଡେଇବାକୁ ଯାଇ ଦଣ୍ଡପଦାରଯୁବକ ଙ୍କ ଠାରୁ ନିର୍ଧୁମ ମାଡ଼ ଖାଇଲେ ମହସିଂ ର ବୁଟୁଲୁ ପାତ୍ର l ଦଣ୍ଡପଦର ଗାଁ ର ପିଣ୍ଟୁ ଓ ଜିତୁ ନାମକ ବ୍ୟକ୍ତି ଙ୍କ ସହ ପନ୍ଦର ରୁ ଉର୍ଦ୍ଧ ଯୁବକ ସଂଘବଦ୍ଧ ଭାବେ ବିଭିନ୍ନ ମରଣାସ୍ତ୍ର ଠେଙ୍ଗା ବାଡ଼ି ରେ ପିଟି ଆଚେତ ଅବସ୍ଥା ରେ ନଦୀ ରେ ଫିଙ୍ଗି ଦେଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ବୁଟୁଲୁ ଙ୍କ ଦୁଇଗୋଡ଼, ଦାନ୍ତ ଭାଙ୍ଗିବା ସହିତ ଧାରୁଆ ଅସ୍ତ୍ର ରେ କଟା ଯାଇଛି ଛାତି ଓ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଛି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଗୁଡା ମେଡିକାଲ ଭର୍ତ୍ତୀ କରିଥିଲେ ବାଲିଗୁଡା ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ରେଫର କରାଇଛି l ବାଲିଗୁଡା ଥାନା ଅଭିଯୋଗ ପରେ ପୋଲିସ ୭୮/୨୦୨୫ ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିବା କହିଛନ୍ତି ଥାନା ଅଧିକାରୀ ସମ୍ବିଦ ସ୍ୱାଇଁ ପୋଲିସ l ତୁରନ୍ତ ଅଭିଯୁକ୍ତ ମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମହସିଂ ଗ୍ରାମବାସୀ ସମେତ କ୍ଷତ୍ରିୟ ସଂଘ ଦାବୀ କରିଛି l

What's Your Reaction?

like

dislike

love

funny

angry

sad

wow