ଗ୍ରାମ ଜଳ ଓ ପରିମଳ କମିଟି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠି

କଣ୍ଟାମାଳ:ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ସଭାଗୃହରେ ଗ୍ରାମଜଳ ଓ ପରିମଳ କମିଟି ଦକ୍ଷତା ବିକାଶ କାର୍ଯ୍ୟ କ୍ରମବିଡ଼ିଓ ସାମି ଜୟଶ୍ରୀ ରେଡି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଦକ୍ଷତା ବକାଶ କାର୍ଯ୍ୟ କ୍ରମରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରାମ ଜଳ ଓ ପରିମଳ କମିଟି ରସଦସ୍ୟମାନଙ୍କୁ ପାଇପ ପାଣି ସପ୍ଲାଏ ର ରକ୍ଷଣା ବେକ୍ଷଣ କିପରି ସୁଚାରୁ ରୂପେ ହୋଇପାରିବ ସେଉପରେ ପରାମର୍ଶ ଦେଇଥିଲେ l ଜଳ ପରିମଳ ବିଭାଗ ର ସହକାରୀ ଯନ୍ତ୍ରୀ ଇଂ ଅଜିତ କୁମାର ସେଠି, ଡ଼ି ଏସ ସି ଆର୍ତ୍ତ ତ୍ରାଣ ପାଢ଼ୀ, ମାଷ୍ଟର ଟ୍ରେନର ତଥା ଇଆରପି ରଞ୍ଜନ କୁମାର ପାତ୍ର, ପୂର୍ଣ୍ଣ ଚରଣ ସାହୁ, ବି ଆର ସି ଅର୍ଜୁନ ଦାସ, ଯୋଗ ଦେଇ ତାଲିମ ଦେଇଥିଲେ l ତାଲିମ କାର୍ଯ୍ୟ କ୍ରମକୁ ଶ୍ରୀହରି ବାଗ, ସୁଦାମପ୍ରଧାନ ନଳିନୀ କାନ୍ତ ସାହୁ ସହଯୋଗ କରିଥିଲେ l ଉକ୍ତ ଦକ୍ଷତା ବିକାଶ କାର୍ଯ୍ୟ କ୍ରମରେ ଘିକୁଣ୍ଡି ଗ୍ରାମ ପଞ୍ଚାୟତ ର ସରପଞ୍ଚସମରେନ୍ଦ୍ର ପ୍ରଧାନ, ପିଇଓ ଜୟଦେବ ପ୍ରଧାନ,ରତାଖଣ୍ଡି, କରଳାଝୁଲି, ହାତୀପାଲି, ଗରିଆପାଲି, ଡ଼ୁମେରଝୁଲି, ଘିକୁଣ୍ଡି, ଅlମ୍ବଗହଣା, ପଥର ଖଣ୍ଡି, ତୁଣ୍ଡୁମାଲ ଗ୍ରାମର ଜଳଓ ପରିମଳ କମିଟି ର ସଭାପତି, ସମ୍ପାଦକ, କୋଷାଧକ୍ଷ ଓ ଦୁଇଜଣଲେଖାଁଏ ସଦସ୍ୟ ଯୋଗ ଦେଇଥିଲେ l
What's Your Reaction?






