ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର

Sep 23, 2024 - 18:29
 0  19
ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)

କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ସିଂହପୁର ଗ୍ରାମ ପଞ୍ଚାୟତ ରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଂଚ ଉଛବ ପଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁଳମଣି ସିଂ ରାୟ, ସମିତିସଭ୍ୟା ଆରତୀ ବିଶ୍ଵାଳ, ନାଏବ ସରପଞ୍ଚ ମୀନା ପଧାନ,ପଞ୍ଚାୟତ ନିର୍ବାହୀ ଅଧିକାରୀ ନୀଳାମ୍ବର ମାଝୀ, ସିଂହପୁର ଏଡିଇଓ ମୀନକେତନ ଦଳେଇ, ମୋହନ ଗିରୀ ପଞ୍ଚାୟତ ଏଡିଇଓ ଲକ୍ଷ୍ମଣ ମାଝୀ, ଜିଆର୍ ଏସ ଶେଖର ଭୋଇ ଉପସ୍ଥିତ ରହି ପଞ୍ଚାୟତ ର ବିଭିନ୍ନ ଅଞ୍ଚଳ ରୁ ନିଜ ନିଜ ଅଭିଯୋଗ ନେଇ ଆସିଥିବା ଅଞ୍ଚଳବାସୀ ଙ୍କ ସମସ୍ୟା ବୁଝିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ପଞ୍ଚାୟତ ର ୱାର୍ଡ ସଭ୍ୟ ସଭ୍ୟା ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow